• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କମିବାରେ ନା ନେଉନାହିଁ କରୋନା। ଆଜି ପୁଣି ରାଜ୍ୟରୁ ୧୨,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭,୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫,୬୫୭ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ରାଜ୍ୟରେ ମୃତ୍ୟୁସଂଖ୍ୟା ବି ବଢିଛି। ସୂଚନା ଅନୁସାରେ, ୨୪ ଘଂଟାରେ ୨୮ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି। ତେବେ ଖୋର୍ଦ୍ଧାରୁ ୫, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୪ ଲେଖାଏଁ ମୃତ ହୋଇଥିବା ବେଳେ ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ମୃତ ହୋଇଛି। ଏହାସହ ରାୟଗଡ଼ା, ପୁରୀ, ନବରଙ୍ଗପୁରରୁ ୨ ଲେଖାଏଁ ମୃତ ହୋଇଛି। ଗଜପତି, ଗଞ୍ଜାମ, ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍‌ କେସର ସଂଖ୍ୟା ୧,୧୧,୮୬୨ ରହିଥିବା ବେଳେ ଏପର୍ଯ୍ୟନ୍ତ ମୋଟ୍‌ ୫,୭୭,୯୮୩ ଜଣ ସୁସ୍ଥ ହେଲେଣି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ବୃଦ୍ଧି ପାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧,୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ- ୧,୦୭୩, ସୁନ୍ଦରଗଡ଼ରୁ- ୮୪୮, ଅନୁଗୁଳରୁ- ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ- ୬୬୮, ମୟୂରଭଞ୍ଜରୁ- ୫୮୬, ବାଲେଶ୍ୱରରୁ- ୫୦୮, ଢେଙ୍କାନାଳରୁ- ୪୮୨, ବରଗଡ଼ରୁ- ୪୬୧, ପୁରୀରୁ- ୪୭୨ ଚିହ୍ନଟ ହୋଇଛନ୍ତି।

ଏହାସହ ଝାରସୁଗୁଡ଼ାରୁ- ୩୯୯, ସମ୍ବଲପୁରରୁ- ୩୫୫, ନବରଙ୍ଗପୁରରୁ- ୩୪୪, ବୌଦ୍ଧରୁ- ୩୪୭, ଗଞ୍ଜାମରୁ- ୩୪୦, ଯାଜପୁରରୁ- ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ- ୩୩୧, ଜଗତସିଂହପୁରରୁ- ୩୦୦, କେନ୍ଦ୍ରାପଡ଼ାରୁ- ୨୮୫, ବଲାଙ୍ଗିରରୁ- ୨୭୪, କୋରାପୁଟରୁ- ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ରାୟଗଡ଼ାରୁ- ୧୯୮, କେନ୍ଦୁଝରରୁ- ୧୮୦, ଭଦ୍ରକରୁ- ୧୫୧,  ମାଲକାନଗିରିରୁ- ୧୧୪, କନ୍ଧମାଳରୁ- ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଗଜପତିରୁ- ୭୭, ନୂଆପଡ଼ାରୁ- ୭୦, ସୁବର୍ଣ୍ଣପୁରରୁ- ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେପଟେ, ଜାରି ରହିଛି ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ୍‌। ଆଜି ସଟଡାଉନ୍‌ର ଦ୍ୱିତୀୟ ଦିନ, ଗତକାଲି ଭଳି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍‌ କରାଯାଇଛି। ଫଳରେ ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହୁଛି।

 

 

 

 

 

Today-state-corona-report
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories