• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁରୀ: ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପାଇଁ ଆଜି ହେବ ନୀତି ନିର୍ଘଣ୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଶନ କୁମାର, ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ଓ ବିଭିନ୍ନ ନିଯୋଗର କର୍ତ୍ତୃପକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିବେ। ଦିନ ୧୨ଟାରେ ଭର୍ଚୁଆଲରେ ବସିବ ବୈଠକ। ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବା ବେଳେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ବିନା ଭକ୍ତରେ କିପରି ହେବ ଯାତ୍ରା? ସେ ନେଇ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଏଥିସହ ବୈଠକରେ ସ୍ନାନ ଯାତ୍ରା ନୀତିକାନ୍ତିର ସମୟ ର୍ନିଘଣ୍ଟ କରାଯିବ। ମଙ୍ଗଳାର୍ପଣ, ଧାଡି ପହଣ୍ଡି, ସାନ୍ନଜଳ ପୂଜା, ଦିବ୍ୟସାନ୍ନ, ହାତୀ ବେଶ ଓ ସକାଳ ଧୂପ ଏବଂ ଅଣସର ଘରକୁ ପ୍ରତ୍ୟାବର୍ତ୍ତନର ସମୟ ର୍ନିଘଣ୍ଟ କରାଯିବ।

କେତେ ସଂଖ୍ୟକ ସେବାୟତ ପାଳିଆ ସେବକ ଭାବରେ ଉପସ୍ଥିତ ରହିବେ, ଯେଉଁମାନଙ୍କର ପାଳି ନାହିଁ ସେମାନେ କିଭଳି ଦର୍ଶନ କରିବେ ତାକୁ ନେଇ ବୈଠକରେ ଆଲୋଚନା ହେବ। ସେପଟେ ବୈଠକ ପୂର୍ବରୁ ବିଭିନ୍ନ ନିଯୋଗ ସହ ଜିଲ୍ଲାପାଳ ଆଲୋଚନା କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ନିଯୋଗ ସହ ଜିଲ୍ଲାପାଳ ଆଲୋଚନା କରୁଛନ୍ତି ।

ସେପଟେ, ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ଆଜି ହେବ କରୋନା ଟେଷ୍ଟ। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ରହିଛି। ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଯେଉଁ କର୍ମଚାରୀ ମାନେ ସ୍ନାନଯାତ୍ରାରେ ସାମିଲ ହେବେ ସେମାନଙ୍କର ଆଜି କରୋନା ଟେଷ୍ଟ ହେଉଛି। ପୁରୀର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ କରାଯାଉଛି RTPCR ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବ ବୋଲି ଦିନକ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ନିଷ୍ପତ୍ତି ହୋଇଥିଲା। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ସେପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ତିନି ରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଚାଲିଛି।

ପୂର୍ବରୁ ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ ହେବ ବୋଲି କୁହାଯାଇଥିଲା। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି। ସେବାୟତ, ପୋଲିସ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି।

Today-snanajatra-time-table-will-be-fixed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories