ପୁଣି ଡି’ ବ୍ରଦର୍ସଙ୍କ ଘରେ ଆଜି ହେବ ଚଢାଉ !

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ କଟକ ଘର ଯେମିତି ପାଲଟିଛି ଅସ୍ତ୍ର ଭଣ୍ଡାର ! ଗତକାଲି ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ପୁଣି ତାଙ୍କ ଘରେ  ହୋଇପାରେ ସର୍ଚ୍ଚ ଅପରେସନ। ପୁଣି ଥରେ ଦୁଇ ଭାଇଙ୍କୁ ଆଣି ଘର ଯାଞ୍ଚ କରାଯିବ ବୋଲି ଗତକାଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ ।

ଗତକାଲି ଚଢ଼ାଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିଲା । ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଗୁଳିଗୋଳା ଲୁଚାଇ ରଖାଯାଇଥିଲା । ଜେରା ବେଳେ ଡି ବ୍ରଦର୍ସ ଏନେଇ ମାନିଥିବା କହିଥିଲେ ଡିସିପି । ବିଭିନ୍ନ ମାମଲାରେ ଗିରଫ ହୋଇ ବଡ଼ଭାଇ ସୁଶାନ୍ତ ଧଳସାମନ୍ତ ବଲାଙ୍ଗିର ଜେଲରେ ଓ ସାନ ଭାଇ ସୁଶିଲ ଧଳସାମନ୍ତ ବାଲେଶ୍ୱର ଜେଲ୍‌ରେଅଛନ୍ତି।

ତଥାପି ଜେଲ୍‌ରେ ଥାଇ ଅପରାଧ ନେଟଓ୍ୱର୍କ ଚଲାଉଥିବା ଅଭିଯୋଗ ପାଇବା  ପରେ ତାଙ୍କ ଘରେ ଚଢାଉ କରିଥିଲା ପୋଲିସ । ଗତ ୧୦ ତାରିଖରେ ଡି ବ୍ରଦର୍ସଙ୍କ ଘରେ ପୋଲିସ ଚଢ଼ଉ କରିଥିଲା। ଚଢାଉ ବେଳେ ଧଳ ସାମନ୍ତଙ୍କ ଘରୁ ୭ଟି ବନ୍ଧୁକ ଓ ୧୦୫୫ ରାଉଣ୍ଡରୁ ଅଧିକ ଗୁଳି ଜବତ କରିଥିଲା ପୋଲିସ୍। ଏନେଇ ମାମଲା ରୁଜୁ କରି ଚୌଦ୍ୱାର ପୋଲିସ ଦୁଇ ଭାଇଙ୍କୁୁ ପକ୍ଷଭୁକ୍ତ କରିଥିଲା। ଏଥିପାଇଁ ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗିର ଜେଲ ଓ ସାନଭାଇ ସୁଶିଲ ଧଳସାମନ୍ତକୁ ବାଲେଶ୍ୱର ଜେଲରୁ ଆଣି କଟକ ଜେଏମଏଫସି ରୁରାଲ୍ କୋର୍ଟରେ ହାଜର କରାଯାଇଥିଲା। ବହୁ ପରିମାଣର ଗୁଳି ଓ ବନ୍ଧୁକ ଜବତ କରିଥିଲା।

ଏହା ପରେ ଗୁରୁବାର ଦିନ ଦୁହିଁଙ୍କୁ ଚୌଦ୍ୱାର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା। ଜେରା ପରେ ପୁଣି ତାଙ୍କ ଘରେ ଚଢଉ କରାଯାଇଛି । ପୂର୍ବରୁ ଚଢାଉ ବେଳେ ଡି ବ୍ରଦର୍ସଙ୍କ ଘରୁବନ୍ଧୁକ ଓ ଗୁଳି ଏକ ସିକ୍ରେଟ ଚାମ୍ବରରୁ ମିଳିଥିଲା। ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା ସିପି ସୂଚନା ଦେଇଥିଲେ।

You might also like