• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ବିଶ୍ୱ ପଖାଳ ଦିବସରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଜମିଛି ପଖାଳ ଆସର। ଖାଲି ଏକ ବ୍ୟଞ୍ଜନ ନୁହେଁ, ଓଡ଼ିଆଙ୍କ ଚିନ୍ତା ଚେତନା ସହ ଜଡ଼ିତ ଏ ପାରମ୍ପରିକ ଖାଦ୍ୟ। ଗରିବର ଚାଳଘରଠୁ, ପଞ୍ଚତାରକା ହୋଟେଲର କୋଠରୀ ଯାଏଁ ସବୁଠି ପଖାଳ ଜାହିର କରିଛି ନିଜର ଉପସ୍ଥିତି। ଗରିବରୁ ଧନୀ, ସାଧାରଣ ଜନତାରୁ ସେଲିବ୍ରିଟି ସମସ୍ତଙ୍କ ଡାଇନିଂ ଟେବୁଲରେ ଚମକିିଛି ପଖାଳ କଂସା। ମହକିଛି ପଖାଳର ମହ ମହ ବାସ୍ନା।

ଓଡ଼ିଆର ପ୍ରାଣ, ଗରିବର ଧନ ଆଉ ଖଟିଖିଆର ଜୀବନ। ପଖାଳ କଂସା ସାଥିରେ ଚିମୁଟାଏ ଲୁଣ, ଦୁଇ କୋଲା ପିଆଜ ଆଉ ତତଲା ଶାଗଭଜା ଟିକେ ହେଲେ ପେଟ ଫୁଲ, ଆତ୍ମା ଶାନ୍ତି ମଧ୍ୟ। ଦିନେ ଓଡ଼ିଆ ହାଣ୍ଡିଶାଳର ସଦା ସହଚର ଥିବା ପଖାଳର ପରିଚୟ ଆଉ ଏତିକିରେ ସୀମିତ ନାହିଁ। ଏବେ ପଖାଳ ପାଲଟିଛି ପଞ୍ଚତାରକା ହୋଟେଲରେ ପ୍ରିୟ ଖାଦ୍ୟ। ଲୋକଙ୍କ ଆଗଧାଡିର ମେନୁ ଆଉ ସେଲିବ୍ରିଟିଙ୍କ ଡାଇନିଂ ଟେବୁଲର ଅନ୍ୟତମ ଆଦରଣୀୟ ଭୋଜନ ପଖାଳ। ଆଜି ବିଶ୍ୱ ପାଖାଳ ଦିବସରେ ପ୍ରିୟ ଖାଦ୍ୟ ପଖାଳକୁ ମନେ ପକାଇଛନ୍ତି ପ୍ରତିଟି ଓଡ଼ିଆ। ଧନୀରୁ ଗରିବ, ସାଧାରଣ ଲୋକଙ୍କଠୁ ବଡ଼ ବଡ଼ ସେଲିବ୍ରିଟି ସମସ୍ତେ ପାଳିଛନ୍ତି ପଖାଳ ଦିବସ।

ବିଶ୍ୱ ପଖାଳ ଦିବସରେ ରାଜଧାନୀର ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ବଣ୍ଟା ଯାଇଥିଲା ସୁଆଦିଆ ଦହି ପଖାଳ। ସାଥିରେ ଭେଣ୍ଡିଭଜା, ବଡ଼ିଚୁରା, ଶାଗଭଜା, ଆଳୁ ଭର୍ତ୍ତା, ଆମ୍ବ ଚଟଣୀ ଭଳି ଭଳିକି ଭଳି ସାଇଡ ଆଇଟମ୍। ମନ ଭରି ଖାଇଥିଲେ ଲୋକେ। ପଖାଳ ଦିବସରେ ୧୨ ଭଜା ୧୩ ତିଅଣ କରି ସାହି ପଡ଼ିଶାଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ ପିପିଲିର ପଖାଳ ନାନୀ।

ରାଜ୍ୟର ପ୍ରମୁଖ ରାଜନେତାଙ୍କ ରୋଷେଇ ଘରେ ବି ଛୁଟିଥିଲା ପଖାଳର ବାସ୍ନା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିଲ୍ଲୀ ବାସଭବନରେ ଆୟୋଜିତ ହୋଇଥିଲା ପଖାଳ ଉତ୍ସବ। ଏଣେ ଭୁବନେଶ୍ୱରର ତାରକାର ହୋଟେଲରେ ଗଣମାଧ୍ୟମ ବନ୍ଧୁଙ୍କ ସହ ଏକାଠି ପଖାଳ ଖାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଣେ ୯ ଭଜା, ୬ ତିଅଣ କରି ପଖାଳ ମଜା ନେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେହିଭଳି ସବୁଦିନ ଭଳି ଆଜି ବି ପଖାଳ କଂସାର ସାନ୍ନିଧ୍ୟରେ ତୃପ୍ତ ହୋଇଥିଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷୀକେଶ ଭୋଇ। ଏପଟେ ପଖାଳ ଦିବସରେ ଶୁଭେଚ୍ଛା ଜଣାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ପାଓ୍ୱାର କରିଡରର ଅନ୍ୟତମ ପପୁଲାର୍ ଆଇଏଏସ୍ କପୁଲ ଅରବିନ୍ଦ ପାଢୀ ଓ ଉଷା ପାଢୀ ବି ଦିଲ୍ଲୀ ବାସଭବନରେ ମନାଇଥିଲେ ପଖାଳ ଦିବସ।

ଖାଲି ଓଡ଼ିଆ ନୁହଁନ୍ତି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭୁ ଜଗନ୍ନାଥ ବି ପଖାଳ ପ୍ରିୟ। ଶ୍ରୀମନ୍ଦିରରେ ଦୈନିକ ପଖାଳ ଭୋଗର ପରମ୍ପରା ବହୁ ପୁୁରୁଣା। ଶ୍ରୀଜିଉଙ୍କ ନିକଟରେ ଲାଗି ପଖାଳର ସ୍ୱାଦ ଯିଏ ଚାଖିଛି, ସିଏ ହିଁ ଅନୁଭବ କରିଛି ତାର ନିଆରା ପଣ। ଏବେ ଅତ୍ୟାଧୁନିକ ଖାଦ୍ୟ ସମ୍ଭାରର ପ୍ରତିଯୋଗିତାରେ ବିଶ୍ୱର କୋଣ ଅନୁକୋଣର ଖାଦ୍ୟ ଗୋଟିଏ ଟେବୁଲରେ ମିଳୁଥିଲେ ବି ଖାଦ୍ୟ ଭିଡ଼ ଭିତରେ ହଜିନି ପଖାଳ। ପଖାଳକୁ ଆହୁରି ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ୨୦୧୧ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ପଖାଳ ଦିବସ ପାଳନ ହେଉଥିବା ବେଳେ ଆଜିର ଦିନରେ ପଖାଳ ପାଇଁ ଏକ ସୁନ୍ଦର ଟ୍ୟାଗ୍ ଲାଇନ୍ ଲେଖିଛି ମିଲ୍କ ବ୍ରାଣ୍ଡ୍ ଅମୁଲ। ରାତି ହେଉ କି ସକାଳ  ଓଡ଼ିଆଙ୍କ ପ୍ରାଣ ପଖାଳ ବୋଲି ଟ୍ୟାଗ ଲାଇନ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି।

Today-pakhala-divas-celebrate-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories