ଆଜି ନୀଳାଦ୍ରିବିଜେ. ନୀଳକନ୍ଦରକୁ ଫେରିବେ ମହାବାହୁ

ପୁରୀ: ସରିଗଲା ଘୋଷଯାତ୍ରା । ନବଦିନ ବ୍ୟାପି ଜନ୍ମବେଦୀରେ ଲୀଳାଖେଳା ସାରି ମହାବାହୁ ଆଜି କର୍ମବେଦୀ ନୀଳକନ୍ଦରକୁ ଫେରିବେ। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ।

ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀଜିଉ ନୀଳ କନ୍ଦରକୁ ଫେରିଯିବେ।  ରତ୍ନବେଦୀରେ ବିରାଜମାନ କରିବେ । ହେଲେ ଶ୍ରୀମନ୍ଦିର ଯିବା ପୂର୍ବରୁ ହେବ ମହାପ୍ରଭୁଙ୍କ ସେହି ମହାନ ଲୀଳା। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଯିବା ବାଳେ ବାଟ ଓଗାଳିବେ ମହାଲକ୍ଷ୍ମୀ।ଏହାପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ।

ଆଜି ନୀଳାଦ୍ରି ବିଜେ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ ହୋଇଛି। ଆଜି ସନ୍ଧ୍ୟା ଧୂପ ପରେ ଅପରାହ୍ନ ପ୍ରାୟ ୫ଟାରେ ପହଣ୍ଡି ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆସନ୍ତାକାଲି ନୀଳାଚଳ ଅବଢା ମିଳିବ । ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ବାହାରକୁ ଆସିଥିଲେ ଚତୁର୍ଦ୍ଧା ମୂରତି ।ସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ରହିଲେ। ତା ପରେ ଭକ୍ତକୁ ଦର୍ଶନ ଦେବାକୁ ରଥଯାତ୍ରାରେ ଜନ୍ମବେଦୀକୁ ଗଲେ । ବାହୁଡ଼ା ପରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ସହିତ ଆଜି ଶେଷ ହେବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଗତକାଲି ଅନୁଷ୍ଠିତ ହୋଇଥିଲା ଅଧରପଣା ନୀତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like