ଆଜି ମାଟ୍ରିକ୍‌ ପରୀକ୍ଷାର ଚତୁର୍ଥ ଦିନ

ଭୁବନେଶ୍ୱର: ଆଜି ମାଟ୍ରିକ୍‌ ପରୀକ୍ଷାର ଚତୁର୍ଥ ଦିନ। ପରୀକ୍ଷାର୍ଥୀମାନେ ତୃତୀୟ ଭାଷା ସଂସ୍କୃତରେ ଆଜି ପରୀକ୍ଷା ଦେବେ। ପ୍ରଥମ ୩ଟି ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି କିଭଳି ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପରୀକ୍ଷା ପୂର୍ବରୁ କିଭଳି ପ୍ରଶ୍ନପତ୍ର ଭାଇରାଲ୍‌ ନହୁଏ, ତା’ ଉପରେ ମାଧ୍ୟମିକ ଶିକ୍ଷା ପରିଷଦ ନଜର ରଖିଛି।  ସେପଟେ ଗତକାଲି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ କୌଣସି ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟଣାକୁ ବୋର୍ଡ କର୍ତ୍ତୃପକ୍ଷ ଦୃଢ ଭାବେ ଖଣ୍ଡନ କରିଥିଲେ।

You might also like