ପୁରୀ : ଆଜି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ।
ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଏହି କ୍ରମରେ ଓଡ଼ିଶାରେ ଥିବା ତେଲୁଗୁ ସଂପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରୁଥିବା ବେଳେ ଗତକାଲି ଭୋଗୀ ଓ ପୋଙ୍ଗଲ ପରଦିନ କାନୁମୁ ପାଳନ କରନ୍ତି।
ବ୍ରହ୍ମପୁର, ଜୟପୁର ଭଳି ତେଲୁଗୁ ଭାଷାଭାଷି ଥିବା ଅଞ୍ଚଳରେ ୩ଦିନ ଧରି ଏହି ପର୍ବ ବେସ୍ ଧୂମଧାମରେ ପାଳନ କରାଯାଉଛି। ରାଉରକେଲା ବଜାରରେ ମଧ୍ୟ ମୁଢି ମୁଆଁ, ଖଇ ମୁଆଁ ଆଦିର ପସରା ଖୋଲିଛି ।