• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୟାଗଡ: ନୟାଗଡ଼ ପରୀ ପାଇଁ ବିଜେପିର ପଦଯାତ୍ରାର ଆଜି ଅନ୍ତିମ ପର୍ଯ୍ୟାୟ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଇଟାମାଟିରେ ପହଞ୍ଚିଛି। ଆଜି ଇଟାମାଟିରୁ ବିଜେପି ନେତା ଓ କର୍ମୀ ଯଦୁପୁର ଯିବେ। ଯଦୁପୁର ସିଦ୍ଧେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯିବ। ଆଜି ଅନ୍ତିମ ଦିନରେ ନୟାଗଡ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ବିଶାଳ ପଥପ୍ରାନ୍ତ ସମାବେଶ କରାଯିବାର ରହିଛି କାର୍ଯ୍ୟକ୍ରମ।

ଏହି ବିଶାଳ ପଥପ୍ରାନ୍ତ ସମାବେଶରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ବରିଷ୍ଠ ନେତା ଯୋଗ ଦେବେ। ନାବାଳିକାଙ୍କ ହତ୍ୟାର ଅସଲ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ମାମଲାରେ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଏହି ପଦଯାତ୍ରାର ଆୟୋଜନ କରାଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଯଦୁପୁର ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଛି।

ତେବେ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍‌ର ତମାମ ଦିଗ। ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ ଓ ମର୍ଡର ଥିଓରୀକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନେକ। ଏମିତିକି ଖୋଦ୍ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବିରେ ହାଇକୋର୍ଟରେ ମାମଲା ଦାଏର କରିଛି ଭାରତୀୟ ବିକାଶ ପରିଷଦ। ସେହିଭଳି ମାମଲାର ସିବିଆଇ ତଦନ୍ତ ସହ ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ସଂଗଠନ।

ଏପଟେ ପରୀ ମାମଲାରେ ତା ପରିବାରକୁ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିବା ବିରୋଧୀଙ୍କୁ ବି ସନ୍ତୁଷ୍ଟ କରିପାରିନି SITର ମର୍ଡର ମିଷ୍ଟ୍ରି ଖୁଲାସା। ବିଜେପି କହିଛି ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ଏସଆଇଟିର ଏହା ମନଗଢ଼ା କାହାଣୀ। ଏମିତିକି ତଦନ୍ତ ଗତି କୁଆଡେ ଯିବ, ସେ ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ସତ ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। DNA ଟେଷ୍ଟର ରିପୋର୍ଟ ମିଳିନଥିବା ବେଳେ ପଲିଗ୍ରାଫ ଟେଷ୍ଟ ବି ନିର୍ବିବାଦୀୟ ନୁହେଁ କହିଛି ଦଳ।

ସେପଟେ ପରୀ ପରିବାର ଉପରକୁ ଆଙ୍ଗୁଠି ଉଠାଉଥିବା ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି ହୋଇନି, ସେ ପ୍ରଶ୍ନ ସହ ତଦନ୍ତର ଆଉ କିଛି ଆଇନଗତ ଦିଗ ସଂପର୍କରେ ଆଙ୍ଗୁଠି ଉଠାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ। ସମାନ ଢଙ୍ଗରେ ଏସଆଇଟିର ତଦନ୍ତକୁ ସନ୍ଦେହଜନକ ଦୃଷ୍ଟିରେ ଦେଖିଛି କଂଗ୍ରେସ। ତେବେ ସତ୍ୟ ଉନ୍ମୋଚନ ହେଉ ଏବଂ ପୀଡ଼ିତା ନ୍ୟାୟ ପାଉ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମାମଲାରେ ବିବାଦ ଘେରକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ।

ଯଦୁପୁର ପୋଖରୀରୁ ପରୀର ଲେଗିଙ୍ଗ୍ସ ମିଳିବା ପରେ ଗତକାଲି ଦ୍ୱିତୀୟ ଦିନ ପାଇଁ ପୋଖରୀରୁ ଆଉ କିଛି ପ୍ରମାଣ ଆଶାରେ ଖୋଜାଖୋଜି କରିଛନ୍ତି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବି ଯଦୁପୁର ଯାଇ ତଦନ୍ତର ତଦାରଖ କରିଛନ୍ତି।

Today-is-the-last-day-of-pari-padajatra
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories