ଆଜି ପବିତ୍ର ଅକ୍ଷୟ ତୃତୀୟା: ଶ୍ରୀଜିଉଙ୍କ ରଥକାଠ ହେବ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ। ରଥଖଳାରେ ତିନିଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇ ରଥ କାମ ଅନୁକୂଳ କରାଯିବ।

ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜାର୍ଚ୍ଚନା ସମ୍ପନ୍ନ କରିଥାନ୍ତି। ଏହାପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିଥାନ୍ତି। ତେବେ ବାତ୍ୟା ‘ଫୋନି’ରେ ପୁରୀ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାରୁ ଆଜିର ରଥ ଅନୁକୂଳକୁ ନିରାଡ଼ମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ଏହାସହ ଆଜିଠାରୁ ତିନି ଦିଅଁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଛି। ମହାପ୍ରଭୁ ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ପାଇଁ ଶ୍ରୀମନ୍ଦିରରେ ଭିତର ଚାପ ଖେଳିବେ।

ଆହୁରି ପଢ଼ନ୍ତୁ

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

ଆଜିଠୁ +୨ ଆଡମିଶନ୍‌

୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

You might also like