ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ସୁପରିଚାଳିତ ପାଇଁ ଭୁବନେଶ୍ୱର ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଆନ୍ତଃରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ୍ ନୋଟ୍ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ୍‌ ଲଗାଇହେବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି।

ବିଶେଷ କରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ମାଓ ଦମନ ଓ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ସହ ନିର୍ବାଚନ ବେଳେ ଟଙ୍କା କାରବାର ରୋକିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସୀମାରେ ନାକାବନ୍ଦୀ ଏବଂ ସମୁଦ୍ରତଟ ସୁରକ୍ଷାକୁ ବ୍ୟାପକ କରିବାକୁ ମଧ୍ୟ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି।

କେନ୍ଦ୍ରକୁ ୧୫୦ କମ୍ଫାନୀ ସେଣ୍ଟ୍ରାଲ ଆର୍ମଡ ପୁଲିସ୍‌ ଫୋର୍ସ ଦେବାକୁ ଓଡ଼ିଶା ପୁଲିସ୍‌ ପକ୍ଷରୁ ନିବେଦନ କରାଯାଇଛି। ବୈଠକରେ ଓଡ଼ିଶା ଡିଜିପି, ଗୃହ ସଚିବ ଓ  ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପଡୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧପ୍ରଦେଶ ଓ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ୍‌ ଅଧିକାରୀ ଯୋଗ ଦେଇଥିଲେ।

You might also like