ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶାରେ ବର୍ଷା ଜାରି ରହିଛି।ଗତକାଲିଠୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି।

ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ, ଭଦ୍ରକ, ପୁରୀ, ଜଗତସିଂହପୁର, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ। ପ୍ରାୟତଃ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହୋଇପାରେ। ଏପରି ପାଗ ଆସନ୍ତା ୫ ଦିନ ଯାଏ ଜାରି ରହିବ। ତେଣୁ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।

ଗତକାଲିଠୁ ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଭଦ୍ରକ, ଯାଜପୁର, ବାଲେଶ୍ୱରରେ ବର୍ଷା ଜାରି ରହିଛି। ଅନ୍ୟପକ୍ଷେ, ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜଳ ନିଷ୍କାସନ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ପ୍ରତି ନଜର ରଖିବାକୁ କୁହାଯାଇଛି।

You might also like