ଖାଦ୍ୟ ସୁରକ୍ଷା ଯୋଜନାରେ ଅାଜି ବଣ୍ଟାହେବ ରାସନ କାର୍ଡ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅାଜି ରାସନ କାର୍ଡ ବଣ୍ଟା ହେବ । ଅାଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଉତ୍ସବରେ ରାସନ କାର୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଚିଠି ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ମନ୍ତ୍ରୀ, ସାଂସଦ ମାନଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି। ଏପରିକି ବିଜେଡିର ନେତାମାନେ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଅଧିକାଂଶ ଜିଲ୍ଲାରେ ସେମାନେ ହିଁ ରାସନ୍ କାର୍ଡ ବାଣ୍ଟିବେ। ଜାତୀୟ ଖାଦ୍ୟ ସୁରକ୍ଷା ଅାଇନରୁ ବାଦ ପଡିଥିବା ଗରିବ ହିତାଧୀକାରୀ ଏହି ଯୋଜନାରେ ଏକ ଟଙ୍କାରେ ଚାଉଳ ପାଇବେ ।

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୪ଟି ସ୍ଥାନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି।

You might also like