ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି କଂଗ୍ରେସ୍ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏନେଇ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ସ୍କ୍ରିନିଂ କମିଟି ତର୍ଜମା କରିଥିବା ତାଲିକା ଉପରେ ଆଜି କେନ୍ଦ୍ରୀୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇପାରେ।
ଏନେଇ ନୂଆଦିଲ୍ଲୀରେ ବସିଛି ସିଇସି ବୈଠକ। କଂଗ୍ରେସ ୪ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି ଏଯାଏଁ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ନିର୍ବାଚନ ମଣ୍ଡଳୀଗୁଡିକରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ଚୟନ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏପରି ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି।