ଆଜି ଛାଡ଼ଖାଇ; ଆମିଷ ଦୋକାନରେ ପ୍ରବଳ ଭିଡ଼
ଭୁବନେଶ୍ୱର: ସରିଲା କାର୍ତ୍ତିକ ମାସ। ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ ମଧ୍ୟ ପ୍ରବଳ ଭିଡ ଜମିଛି।
ସେପଟେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ଦର ସାମାନ୍ୟ ଅଧିକ ରହିଛି।
ଧର୍ମ ମାସ କାର୍ତ୍ତିକ ବ୍ରତ ଓ ପଞ୍ଚୁକ ପାଞ୍ଚ ଦିନ ଯାକ ଲୋକମାନେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରିଥାନ୍ତି। ଅରୁଆ ଅନ୍ନ ସହିତ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ଖାଇଥାନ୍ତି।
ଏପରିକି କେହି କେହି ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ। ଏହା ପରେ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଲୋକମାନେ ଛାଡ଼ଖାଇ ପାଳନ କରିଥାନ୍ତି।