ଆଜି କ୍ୟାବିନେଟ ବୈଠକ, ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ଅପରାହ୍ନ ୫ଟାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ ।

ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହେବେ । ତେବେ ହଠାତ କ୍ୟାବିନେଟ ବୈଠକ ଡକାଯାଇଥିବାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି।  ଶ୍ରୀଜଗନ୍ନାଥ ଟେମ୍ପଲ ଶୈଳୀରେ ରାଜ୍ୟ ସରକାର ଶ୍ରୀ ଲିଙ୍ଗରାଜ ଟେମ୍ପଲ ଅଧ୍ୟାଦେଶ ଆଣିବା ସମ୍ଭାବନା ରହିଛି । ଏହି ଅଧ୍ୟାଦେଶକୁ କ୍ୟାବିନେଟ ବୈଠକରେ ମୋହର ଲାଗିପାରେ ।

ଏଥିସହ ପୁରୀ ଓ ଜୟପୁର ମେଡିକାଲ କଲେଜ ଟେଣ୍ଡର ଏବଂ OAS କ୍ୟାଡର ପୁନର୍ଗଠନ ନେଇ ପ୍ରସ୍ତାବକୁ ମୋହର ଲାଗିପାରେ। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ନେଇ ଚାଲିଥିବା ଏକ୍ରାମ୍ରକ୍ଷେତ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ॥ ସେବାୟତମାନଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

You might also like