ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

 ଅନୁଗୋଳ/ ପାରାଦୀପ : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ। କଳସ ବୁଡ଼ା ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂଜାକୁ ସୁରୁଖୁରରେ ସଂପନ୍ନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନ୍ ତୋରଣ ଏବଂ ରଙ୍ଗୀନ୍ ଆଲୋକମାଳାରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ଡାଲ । ଅନୁଗୋଳ, ରାଉରକେଲା ଏବଂ ବନ୍ଦର ନଗରୀ ପାରାଦୀପରେ ଧୁମାଧାମରେ ପାଳନ ହେଉଛି ଏହି ପୂଜା।

ଦୂରଦୂରାନ୍ତରୁ ଆସିଥିବା ବ୍ୟବସାୟୀ ପାରାଦୀପ ସହରରେ ଫୁଟପାଥ୍‌ରେ ପସରା ମେଲାଇଦେଲେଣି। ସେହିପରି ଅନୁଗୋଳ ନାଲକୋ ନଗରରେ ଚଳିତବର୍ଷ ୨୩ଟି ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି। ମାହେସ୍ମତୀ ପ୍ୟାଲେସ୍, ପ୍ରକୃତିପ୍ରେମୀ ତୋରଣ ସହ ରାଜପ୍ରସାଦ ଡିଜାଇନ୍ ତୋରଣ ପାଲଟିବ ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ। ସେହିପରି ରାଉରକେଲାରେ ଛେଣ୍ଡ, ବାସନ୍ତୀ କଲୋନୀ, ସିଭିଲ ଟାଉନସିପ୍ , ଉଦିତ୍ ନଗର କୋଏଲ ନଗର ଷ୍ଟିଲପ୍ଲାଣ୍ଟ ଏବଂ ବନ୍ଧମୁଣ୍ଡା ଆଦି ୪୦ଟିରୁ ଅଧିକ ସ୍ଥାନରେ ବିଶ୍ୱ ବିନ୍ଧାଣୀଙ୍କ ଆବାହନ ପାଇଁ ଆୟୋଜନ କରାଯାଇଛି।

You might also like