ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା?

ବଢୁଛି ତାତି

ଭୁବନେଶ୍ୱର: ତାତିରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ୱର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି। ବାରିପଦା- ୪୩.୬, ବାଲେଶ୍ୱର- ୪୩, ଚାନ୍ଦବାଲି- ୪୨.୬ ତାଳଚେର- ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଗୁଳ ୪୧.୭, ବଲାଙ୍ଗିର ଓ ଭବାନୀପାଟଣା ୪୧.୫ ଟିଟିଲାଗଡ଼ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସମ୍ବଲପୁର ୪୦.୮, କଟକ ୪୦.୬, ସୁନ୍ଦରଗଡ଼ ୪୦.୫ ତାପମାତ୍ରା ରେକର୍ଡ ହୋଇଛି।

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା,ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏନେଇ ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖତ୍ ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି ।

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ହଠାତ୍ ବଢିଯିବା ପରେ ତୃତୀୟ ସପ୍ତାହରେ ସ୍ଥିତିରେ ସୁଧାର ଆସିଥିଲା। ମାତ୍ର ଏବେ ପୁଣି ବଢିଛି ସୂର୍ଯ୍ୟଦେବଙ୍କ କୋପ। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼଼ରେ ଗତକାଲି ତାପମାତ୍ରା ଥିଲା ୪୨.୨ ଡିଗ୍ରୀ। ହଠାତ୍ ତାତି ବଢିଯିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। କେବଳ ଟିଟିଲାଗଡ ନୁହେଁ, କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି।

You might also like