ଅାଜି ଶ୍ରୀଜିଉଙ୍କ ବନକଲାଗି
ପୁରୀ : ଅାଜି ଶ୍ରୀଜିଉଙ୍କ ବନକଲାଗି ହେବ। ଦତ୍ତମହାପାତ୍ର ସେବକମାନେ ହିଙ୍ଗୁଳ, ହରିପଲ, ଧଳା କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବିଧି ମୁତାବକ ଦ୍ୱିତୀୟ ଭୋଗମଣ୍ଡପରେ ଏହି ବନକଲାଗି ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିପାରେ। ରଥଯାତ୍ରା ଶେଷ କରି ମହାପ୍ରଭୁ ନୀଳାଦ୍ରିବିଜେ ପରେ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜିଉଙ୍କ ଏହା ପ୍ରଥମ ବନକଲାଗି ହେବ।
ପୁରୀ : ଅାଜି ଶ୍ରୀଜିଉଙ୍କ ବନକଲାଗି ହେବ। ଦତ୍ତମହାପାତ୍ର ସେବକମାନେ ହିଙ୍ଗୁଳ, ହରିପଲ, ଧଳା କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।
ବିଧି ମୁତାବକ ଦ୍ୱିତୀୟ ଭୋଗମଣ୍ଡପରେ ଏହି ବନକଲାଗି ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିପାରେ। ରଥଯାତ୍ରା ଶେଷ କରି ମହାପ୍ରଭୁ ନୀଳାଦ୍ରିବିଜେ ପରେ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜିଉଙ୍କ ଏହା ପ୍ରଥମ ବନକଲାଗି ହେବ।