ଅାଜି ଭୁବନେଶ୍ୱରରେ ପହଞ୍ଚିବ ବାଜପେୟୀଙ୍କ ପବିତ୍ର ଅସ୍ଥିକଳସ

ସାଧାରଣ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ରଖାଯିବ

ଭୁବନେଶ୍ୱର :ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଅସ୍ଥିକଳସ ଅାଜି ଭୁବନେଶ୍ୱରରେ ପହଞ୍ଚିବ।  ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହାକୁ ବିମାନରେ ଧରି ଅାସିବେ। ଅସ୍ଥିକଳସକୁ ପ୍ରଥମେ ସାଧାରଣ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ରଖାଯିବ।

ଏହା ପରେ ଅାସନ୍ତାକାଲି ସକାଳେ ପୁରୀ ମହୋଦଧିରେ ବିସର୍ଜନ ଲାଗି ଶୋଭାଯାତ୍ରାରେ ନିଅାଯିବ।  ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ସ୍ୱତନ୍ତ୍ର ବିଧି ବ୍ୟବସ୍ଥାରେ ଏହାକୁ ବିସର୍ଜନ କରିବେ। ୨୪ ତାରିଖ ଅପରାହ୍ନରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସର୍ବଦଳୀୟ ସଭାର ଅାୟୋଜନ କରାଯିବା କାର୍ଯ୍ୟକ୍ରମ ରହିଛି।

You might also like