ଚାରା ଘୋଟାଲା ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ କୃଷି ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ବିବୃତି ରଖିବେ କୃଷି ମନ୍ତ୍ରୀ। ଚାରା ଦୁର୍ନୀତି ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ କୃଷି ମନ୍ତ୍ରୀ । ଚଳିତ ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ପ୍ରଶ୍ନକାଳ ଅାରମ୍ଭରୁ ବିରୋଧୀ ତାରା ଘୋଟାଲାକୁ ନେଇ ହୋ ହାଲ୍ଲା କରିବା ସହ ସିବିଅାଇ ତଦନ୍ତ ଦାବି କରିଥିଲେ। ଫଳରେ ପ୍ରଶ୍ନ କାଳ ଚାଲିପାରି  ନଥିଲା । ପରେ ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପୁଣି ଏ ପ୍ରସଙ୍ଗ ଉଠାଇଥିଲେ ।

ବିଜେପି ବିଧାୟକ ଦଳ ନେତା କେ.ଭି ସିଂ ଦେଓ ମଧ୍ୟ ଚାରା ଘୋଟାଲା କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ହୋ ହାଲ୍ଲା କରିବାକୁ ଦୁଇଟି ପର୍ଯ୍ୟାୟରେ ଗୃହ ୧୫ ମିନିଟ ଲେଖାଁଏ ମୁଲତବୀ ହୋଇଥିଲା।

You might also like