ଭୁବନେଶ୍ୱର : ବିରୋଧୀଙ୍କ ହୋହାଲ୍ଲାରେ ଚାଲିପାରିଲାନି ଗୃହ। କଂଗ୍ରେସ ଓ ବିଜେପି ବିଧାୟକ ପୁଣି ଗୃହରେ ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।
ଗୃହରେ ସ୍ୱାଭାବିକ ସ୍ଥିତି ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ବର୍ତ୍ତମାନ ସର୍ବଦଳୀୟ ବୈଠକ ଚାଲିଛି। ଅାଜି ଗୃହ ଅାରମ୍ଭରୁ ପୁଂଜି ନିବେଶକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦେଖା ଦେଇଥିଲା। ଏହି ପ୍ରସଙ୍ଗରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାହା ସ୍ୱାର୍ଥରେ ବୋଲି ବିଜେପି ବିଧାୟକମାନେ ପ୍ରଶ୍ନ କରିଥିଲେ। ଜବାବରେ ରାଜ୍ୟରେ ବଢୁଥିବା ପୁଂଜିନିବେଶ ଉପରେ ରୋକ୍ ଲଗାଇବାକୁ ବିଜେପି ଅପପ୍ରଚାର କରୁଛି ବୋଲି କହିଥିଲା ବିଜେଡି।
ମୁଖ୍ୟମନ୍ତ୍ରୀ MAKE IN ODISHAର ROAD SHOW କରି ପୁଂଜିନିବେଶର ସୁଯୋଗ ସୃଷ୍ଟି କରୁଛନ୍ତି। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ପୁଂଜି ନିବେଶକୁ ନେଇ ରାଜନୀତି କରୁଛନ୍ତି।