ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର। ପାରାଦୀପରୁ ପୂର୍ବ ଭାରତକୁ ମିଳିବ ବିକାଶର ପଥ।  ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଦୀପକୁ ବିଶ୍ୱସ୍ତରୀୟ ବନ୍ଦର ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ବିଶ୍ୱସ୍ତରୀୟ ବନ୍ଦର ନିର୍ମାଣ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏହାର ନବୀକରଣ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖଲାଲ୍ ମାଣ୍ଡଭିୟ।

ପାରାଦୀପ ବନ୍ଦରରେ ଏକ ବୃହତ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କରାଯିବ। କମ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି। ସେସବୁ ଜାହାଜ ଏବେକାର ବନ୍ଦରରେ ଥିବା ଡକ୍ ଭିତରକୁ ଆସିପାରୁନି। ତେଣୁ ଅତ୍ୟାଧୁନିକ ଡକ୍ ସହ ବିଶାଳ ଜାହାଜର ପ୍ରବେଶ ନେଇ ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପରାଦୀପରେ ୩୫ ମିଲିୟନ୍ ମେଟ୍ରିକ୍ ଟନ୍ ମାଲ ପରିବହନ ନେଇ ବନ୍ଦୋବସ୍ତ କରାଯିବ। ଏହାସହ ଭାରତକୁ ବଡ଼ ବନ୍ଦର ଓ ଡକ୍ କ୍ଷେତ୍ରରେ ପାରାଦୀପକୁ ହବ୍ କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ମାଣ୍ଡବିୟ କହିଛନ୍ତି ” ପୂର୍ବ ଭାରତରେ ପାରାଦୀପ ଏକ ମହତ୍ୱପୂର୍ଣ୍ଣ ବନ୍ଦର। ଏଠାରେ ଏବେ ୧୧୨ରୁ ୧୧୫ ଲକ୍ଷ ମେଟ୍ରିକ୍‌ ଟନ୍ କାର୍ଗୋ ମୁଭମେଣ୍ଟ ହୋଇଥାଏ।” ଏହା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର। ତେଣୁ ଭବିଷ୍ୟତରେ ଏଥିରେ ଏହି ବନ୍ଦରରେ ଅଧିକ ମାତ୍ରାରେ କାର୍ଯ୍ୟ ହେବ। ବଡ଼ ଯାହାଜ ଲାଗିବ। ତେଣୁ ଏଥିପାଇଁ ଏହାର ନବୀକରଣ କରିବା ଭବିଷ୍ୟତ ପାଇଁ ଆବଶ୍ୟକୀୟ ବୋଲି ମନ୍ତ୍ରୀ କହିଛନ୍ତି।

ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଯେଉଁ ଯାହାଜ ତିଆରି ହେଉଛି ସେଗୁଡ଼ିକ ସବୁ କ୍ୟାପେକ୍ ସାଇଜ୍‌ରେ ପ୍ରସ୍ତୁତି ହେଉଛି। କ୍ୟାପେକ୍‌ ଅର୍ଥ ଦେଢ଼ଲକ୍ଷ ମ୍ୟାଟ୍ରିକ୍‌ ଟେନ୍‌ କ୍ଷମତା ବିଶିଷ୍ଟ ଭେସେଲ ରହିଛି। ଆଗାମୀ ୫ ବର୍ଷରେ ଯେବେ ଏହି ଯାହାଜଗୁଡ଼ିକ ପ୍ରସ୍ତୁତ ହୋଇ ସିପିଂ ଲାଇନ୍‌ରେ ଆସିବ, ସେତେବେଳେ ଏହାର ପରିଚଳାନ କଷ୍ଟକର ହେବ। ବନ୍ଦର ଡକ୍‌ରେ ଏଥିପାଇଁ ସ୍ଥାନ ହେବନି।ବଡ଼ ବନ୍ଦର ଆବଶ୍ୟକ।  ଆଗାମୀ ଦିନର ଏ ସ୍ଥିତିକୁ ଦେଖି ପାରାଦୀପରେ ଏକ ୧୮ ମିଟର ଡ୍ରାଫ୍ଟ ଯୁକ୍ତ ଏକେ ଡକ୍‌ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ କହିଛନ୍ତି। ଫଳରେ ପାରାଦୀପରେ ବଡ଼ ବନ୍ଦର ଆସିପାରିବ ଓ ଲଜିଷ୍ଟିକ ଖର୍ଚ୍ଚ କମ ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ବଡ଼ ଡକ୍‌ ନଥିବାରୁ ଲଜିଷ୍ଟିକ୍‌ କଷ୍ଟ ବଢ଼ିଥାଏ। ତେଣୁ ଏହି ଖର୍ଚ୍ଚକୁ କମାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତା ସହିତ ପାରାଦୀପର ଭବିଷ୍ୟତକୁ ଆଖି ଆଗରେ ରଖି ୱେଷ୍ଟର୍ଣ୍ଣ ଡକ୍‌ ନିର୍ମାଣ କରାଯିବ। ଫଳରେ ପାରାଦୀପ ପୂର୍ବଦିଗରେ ଏକ ଦୀପ ଭଳି ହେବ ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି।

 

You might also like