ଆଜି ପବିତ୍ର ଅକ୍ଷୟ ତୃତୀୟା; ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଶ୍ରୀମନ୍ଦିର ପରିସରରେ ଆଜି ରଥକାଠ ଅନୁକୂଳ ହେବ। କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ।

ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ। ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଏଥର ଏହି ସଂଖ୍ୟା ୭କୁ ସୀମିତ କରାଯାଇଛି।

୩ ଖଣ୍ଡ ଧଉରା କାଠରେ ରଥ ଅନୁକୂଳ ନୀତି ହେବ। ଏହି  ଧଉରା କାଠକୁ ଶ୍ରୀମନ୍ଦିର ଭିତରକୁ ନିଆଯାଇ ସ୍ନାନ ମଣ୍ଡପ ନିକଟ ଚାହାଁଣୀ ମଣ୍ଡପ ନିକଟରେ ରଖାଯାଇଛି।

You might also like