ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଓକିଲଙ୍କ ଅାନ୍ଦୋଳନ। ଅାଜିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଅା ମହାବନ୍ଦ ପାଳନ କରାଯାଉଛି। ଏଥିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଅାସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି ।
ଠପ୍ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର ଅାଉ କିଛି ଜିଲ୍ଲାରେ ବି ଏହାର ପ୍ରଭାବ ପଡ଼ିଛି। ସକାଳୁ ସକାଳୁ ଏହାର ପ୍ରଭାବ ପଡ଼ିଛି ସମ୍ବଲପୁରରେ। ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଜରୁରୀକାଳୀନ ସେବାକୁ ଏହି ମହାବନ୍ଦରୁ ବାଦ୍ ଦିଅାଯାଇଛି। ଅନ୍ୟପଟେ ଏହି ବନ୍ଦକୁ ଦୃଷ୍ଟିରେ ରଖି ଅାଜି ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଇ ଦିଅାଯାଇଛି।
https://youtu.be/Uoo3VnKb1CE