ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୦ ଛୁଇଁଲା
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୧ ପଜିଟିଭ ମଧ୍ୟରୁ ୫୬ ଲୋକାଲ କେସ୍ ରହିଛି। ୧୫ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୨୨୪ରେ ପହଞ୍ଚିଛି।
Update on newly detected #COVID19 cases in the last
24 hrs under the BMC area on 3rd Apr (till 9am). pic.twitter.com/eP1aXltUL3— BMC (@bmcbbsr) April 3, 2021