ସାଲେପୁର JMFC କୋର୍ଟରେ ଟିଟୋ ହାଜର

କଟକ : ଗ୍ୟାଙ୍ଗଷ୍ଟାର ଟିଟୋକୁ ଅାଜି ସାଲେପୁର JMFC ରେ ହାଜର କରାଯାଇଛି। ଜଗତପୁର ପୁଲିସ ଗତ ୨୫ ତାରିଖରୁ ଟିଟୋକୁ ରିମାଣ୍ଡରେ ନେଇଥିଲା। ଗତ ଏପ୍ରିଲ ୨୮ତାରିଖରେ ସନ୍ଦିଗ୍ଧ ଅାତଙ୍କବାଦୀ ଅବଦୁର ରେହମାନର ଭାଇ ତାହେର ଅଲ୍ଲୀକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଟିଟୋକୁ ପୁଲିସ ରିମାଣ୍ଡରେ ନେଇଥିଲା।

ଏହି ମାମଲାରେ ତାକୁ ଘନ ଘନ ଜେରା କରିଛି ପୁଲିସ। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। ଏହି ମାମଲାରେ ଅାଗରୁ ୬ ଜଣଙ୍କୁ ଗିରଫ କରିଥିଲା ପୁଲିସ।

You might also like