ସରିଲା ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଭୁବନେଶ୍ୱର : ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ କୋର୍ଟରେ ହାଜର କରାଯିବ । ରିମାଣ୍ଡ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟ ସଂପର୍କରେ ଖୋଳତାଡ କରିଛି STF । ଟିଟୋର ପତ୍ନୀ ବେନଜିର ବିବିଙ୍କୁ କ୍ରାଇମବ୍ରାଞ୍ଚ STF ଜେରା କରିବାକୁ ଯୋଜନା ରଖିଛି । କାରଣ ଟିଟୋର ଅଧିକାଂଶ ସଂପତ୍ତି ବେନଜିରଙ୍କ ନାଁରେ ଥିବାରୁ କୌଣସି ବୃତ୍ତି ନଥାଇ ତାଙ୍କର ଏତେ ସଂପତ୍ତି କେମିତି ହେଲା, ସେନେଇ STF ଜେରା କରିବ।

ପ୍ରଚୁର ସଂପତ୍ତି ସହ ପେଟ୍ରୋଲ ପମ୍ପ ଥିବା ନେଇ ଜେରା କରାଯିବ ବୋଲି ସୂଚନା ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ମଧ୍ୟରେ ଟିଟୋର ୯୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଡି କାରର କ୍ରାଇମବ୍ରାଞ୍ଚ ସନ୍ଧାନ ପାଇଛି । ତାସହ ଟିଟୋର ୫ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି କ୍ରାଇମବ୍ରାଞ୍ଚ । କେନ୍ଦ୍ରାପଡ଼ା ଏସ୍‌ବିଆଇରେ ଥିବା ଟିଟୋର ୫ଟି ଆକାଉଣ୍ଟର ୧୬ ଲକ୍ଷ ୪୨ ହଜାର ଟଙ୍କା ଫ୍ରିଜ୍ କରିଛି STF। ଟିଟୋର ବେନାମୀ ପେଟ୍ରୋଲ ପମ୍ପ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି । ଅପରାଧିକ ପୃଷ୍ଠଭୂମି ଥାଇ କେମିତି ପେଟ୍ରୋଲ ପମ୍ପ ମିଳିଲା ସେନେଇ ଯାଞ୍ଚ ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

 

You might also like