ଖୋଲୁଛି ଟିଟୋ କଳା ସାମ୍ରାଜ୍ୟ ଲିଙ୍କ୍‌ର ଗୁମର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରର ବଡ଼ହାଟର ଏହି ପେଟ୍ରୋଲ ପମ୍ପକୁ ନେଇ ତନାଘନା। ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନିଜିର ବିବିଙ୍କ ନାଁରେ ରହିଛି ଏ ପେଟ୍ରୋଲ୍ ପମ୍ପ। ୨୦୧୬ ମାର୍ଚ୍ଚ ୩୧ରେ ପମ୍ପ ଚାଲିବା ନେଇ ଲାଇସେନସ୍‌ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ତେବେ ବଡ଼କଥା ହେଉଛି ପେଟ୍ରୋଲ ପମ୍ପକୁ ଯିବା ଅାସିବା ପାଇଁ ଥିବା ଏ ରାସ୍ତାକୁ କେନ୍ଦ୍ରାପଡ଼ା ପୌରପାଳିକା ଟିଟୋ ପରିବାରକୁ ଲିଜ୍‌ ସୂତ୍ରରେ ଦେଇଛନ୍ତି।

୨୦୧୫ ଜୁଲାଇରେ ଏ ନେଇ ପୌରପାଳିକାରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ବର୍ଷକୁ ମାତ୍ର ୬ ହଜାର ଟଙ୍କା ରେ ୩ ବର୍ଷ ପାଇଁ ପମ୍ପକୁ ଯିବା ଅାସିବା ପାଇଁ ରାସ୍ତା ଲିଜ୍‌ ଦେଇଛି ପୌରପାଳିକା। ଟିଟୋର ପରିବାରକୁ ପେଟ୍ରୋଲ ଟାଙ୍କି ଦେବାକୁ ଅାବଶ୍ୟକ ଏନଓସି ଜିଲ୍ଲାପାଳଦେବା ପୂର୍ବରୁ ଟିଟୋର ଅପରାଧିକ ପୃଷ୍ଠଭୂମି ପ୍ରତି ଅାଖି ବୁଜିଦେଇଥିଲା।

ପୋଲିସ ପ୍ରଶାସନ ତହସିଲ, ଅଗ୍ନିଶମ ଓ  ବିଜୁଳି ବିଭାଗର ଏନଓସି ପରେ ଟିଟୋର ପରିବାରକୁ ପୋଲିସର ଗ୍ରୀନ ସିଗନାଲ ଦେବାକୁ ନେଇ ଏବେ ଉଠିଛି  ଅନେକ ପ୍ରଶ୍ନ। ଅାଉ ଟିଟୋ ସାମ୍ରାଜ୍ୟର କାୟା ବିସ୍ତାର ନେଇ ସରକାରୀ ଅାଶିର୍ବାଦ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ ଦାମୋଦର ରାଉତ। ଅଭିଯୋଗ କରିଛନ୍ତି, ଟିଟୋର କଳା ସାମ୍ରାଜ୍ୟ ନେଇ କିପରି ଜାଣିପାରୁ ନଥିଲା ପୋଲିସ ପ୍ରଶାସନ ଓ ରାଜସ୍ୱ ବିଭାଗ।

ସେହିପରି  ଟିଟୋର ଭାଇକୁ ନବୀନଙ୍କ ଉପସ୍ଥିତିରେ କିଏ ଅାଣି ବିଜେଡିରେ ମିଶାଇଥିଲେ ପ୍ରଶ୍ନ ଉଠାଇ ଦଳକୁ ବାଣ ମାରିଛନ୍ତି ଦାମୋଦର ରାଉତ। କଂଗ୍ରେସ ମଧ୍ୟ ଟିଟୋର ପରିବାର ପାରାଦ୍ୱୀପ ପୋର୍ଟରେ ପାଇଥିବା ଷ୍ଟିଭେଡରିଂ ଲାଇସେନକୁ ନେଇ ଅାପତ୍ତି ଉଠାଇଛି। ଟିଟୋର ସାମ୍ରାଜ୍ୟ ବିସ୍ତାରରେ ଉଭୟ ବିଜେଡି ଓ ବିଜେପିର ସମର୍ଥନ ଥିବା ଅଭିଯୋଗ ଅାଣିଛନ୍ତି ପିସିସି ସଭାପତି। ଟିଟୋକୁ ନେଇ ବିଜେଡି-ବିଜେପି ଭିତରେ ଅାରୋପ- ପ୍ରତ୍ୟାରୋପ ଜୋରଦାର ହୋଇଛି।

ଟିଟୋର ପଲିଟିକାଲ ଲିଙ୍କ୍‌କୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ହେଉଥିବା ବେଳେ ,ସିବିଅାଇ ଏହା ଉପରୁ ପରଦା ଉଠାଇପାରୁଛି ନା ନାହିଁ ଏବେ ତା ଉପରେ ନଜର।

 

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like