ତିତ୍‌ଲି କ୍ଷତିପୂରଣ : ଓଡ଼ିଶା ପାଇଁ କେନ୍ଦ୍ର ମଂଜୁର କଲା ହଜାରେ ୨୩ କୋଟି ୫୯ ଲକ୍ଷ

ଭୁବନେଶ୍ୱର : ତିତ୍‌ଲି କ୍ଷତିପୂରଣ ବାବଦକୁ ଓଡ଼ିଶାକୁ ମିଳିବ ୧୦୨୩ କୋଟି ୫୯ ଲକ୍ଷର ଅତିରିକ୍ତ କେନ୍ଦ୍ରୀୟ ସହୟତା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ NDRF ପାଣ୍ଠିରୁ ଏହି ଅତିରିକ୍ତ ସହାୟତା ରାଶି ପ୍ରଦାନ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି।

ଅତିରିକ୍ତ କେନ୍ଦ୍ରୀୟ ସହାୟତା ରାଶି ବାବଦରେ ଓ଼ଡ଼ିଶାକୁ ୧ ହଜାର ୨୩ କୋଟି ୫୯ ଲକ୍ଷ ଟଙ୍କା ଓ ତ୍ରିପୁରା ପାଇଁ ୨ ଶହ ୬୮ କୋଟି ୬୩ ଲକ୍ଷ ଟଙ୍କା ମଂଜୁର ହୋଇଛି। ନିକଟରେ ବାତ୍ୟା ତିତ୍‌ଲି ପ୍ରଭାବରେ ବନ୍ୟା ଓ ମାତି ଅତଡ଼ା ଧସିବା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଥିଲା।

ବାତ୍ୟା ତିତ୍‌ଲିର ମୁକାବିଲା ପାଇଁ ଓଡ଼ିଶାକୁ NDRF ପାଣ୍ଠିରୁ ଅତିରିକ୍ତ ସହାୟତା ଯୋଗାଇ ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ। ସେହିଭଳି ଓଡ଼ିଶାକୁ ଅତିରିକ୍ତ ସହାୟତା ରାଶି ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅବଗତ କରିଥିଲେ।

You might also like