• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ। ସକାଳ ୮ରୁ ଦିନ ୧୨ଟା, ଦିନ ୩ରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କର୍ପୋରେସନ୍‌ର କମିଶନର୍‌ଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଭ୍ୟାକ୍ସିନେସନ୍ ସେଣ୍ଟରଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି।

ସେହିପରି ଜିଲ୍ଲାରେ ଟିକାକରଣ ସଂପର୍କିତ ଦୈନିକ ରିପୋର୍ଟ ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଦେବାକୁ ନିର୍ଦ୍ଦେଶ ରହିଛି। ସେହିପରି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୬ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ୧୦ ଜଣ ଲେଖାଏଁ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୮ ଜଣ ଲେଖାଏଁ ପୋଷ୍ଟ ପିଜି ଡାକ୍ତରଙ୍କୁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯାଉଛି । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏହି ବର୍ଗର ବ୍ୟକ୍ତି ସୁପରସ୍ପ୍ରେଡର ହେବା ଆଶଙ୍କା ଥିବାରୁ ଏମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି ।

Time-table-of-vaccination-will-be-changed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories