• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଦ୍ରକ:(ରିପୋର୍ଟ-ପାର୍ଥ ସାରଥୀ ନାୟକ) ଅବଧି ପରେ ବି ସରୁନି ୪ କୋଟିରୁ ଉର୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ବନ୍ତ ବ୍ଲକ ଆଗରପଡା ସ୍ଥିତ ଟିକିରାରୁ ଶ୍ରୀରାମପୁରକୁ ସଂଯୋଗ କରୁଥିବା ବିଜୁ ସେତୁଟି ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ହେଲେ ଆଜକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଜୁ ସେତୁଟିର କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ଯାହାକୁ ନେଇ ଗ୍ରାମବାସୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏହି ସେତୁ ଉପରେ ୩ଟି ବ୍ଲକର ୧୮ଗୋଟି ପଞ୍ଚାୟତର ଲୋକମାନେ ଯାତାୟାତ କରିଥାନ୍ତି। ଏହି ସେତୁ ବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କେବେ ଏହି ସେତୁଟି କାର୍ଯ୍ୟକ୍ଷମ ହେବ? ଆଉ ଲୋକମାନେ କେବେ ଉପକୃତ ହେବେ ତାହାକୁ ନେଇ ଲୋକମାନେ ଆଶା ଆଶଙ୍କାରେ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗ ପାଇଁ ସାଳନ୍ଦୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୬୨ ହଜାର ୪୨୦ ଟଙ୍କା ମଞ୍ଜୁର ହୋଇଥିଲା।ଏହାର ଲମ୍ବ ୬୦.୧୫ ହୋଇଥିବା ବେଳେ ପ୍ରସ୍ଥ ୮.୩୫ ମିଟର ରହିଛି। ଏହି ବିଜୁ ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହା ଫେବୃଆରୀ ୪ ତାରିଖରେ ଶୁଭ ଉଦଘାଟନ କରିଥିଲେ।

ତେବେ ସେବେଠାରୁ ନିର୍ମାଣ ହୋଇ ୨୦୧୭ ମସିହା ଅକ୍ଟୋବର ୩ ତାରିଖରେ କାର୍ଯ୍ୟ ଶେଷ ହେବାର ଥିଲା। କିନ୍ତୁ ଅବଧି ସରିବାରେ ୪ ବର୍ଷ ପୁରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ଏହି ସେତୁ ଉପରେ ନିର୍ଭର କରୁଥିବା ୩ଟି ବ୍ଲକର୧୮ ଗୋଟି ପଞ୍ଚାୟତ ଯଥା ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ପଞ୍ଚାୟତର ଗ୍ରାମବାସୀମାନେ ହଇରାଣ ହେଉଛନ୍ତି ।

ଏହି ବିଜୁ ସେତୁଟି କାର୍ଯ୍ୟକ୍ଷମ ହୋଇ ନଥିବାରୁ ଦୈନିକ ଶହ ଶହ ଲୋକମାନେ କିଏ ନଦୀ ଭିତରେ ପଶି ଯିବା ଆସିବା କରୁଛନ୍ତି ତ ଆଉ କିଏ ଏହି ବ୍ରିଜ ତଳେ ବାଉଁଶ ଚାରା ଦେଇ ଯିବା ଆସିବା କରୁଛନ୍ତି। ବର୍ଷକ ବାର ମାସରେ ବି ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ହେଲେ ଏହି ବ୍ରିଜଟି ଦୀର୍ଘ ଦିନ ହେବ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।  ବ୍ରିଜ ଅନ୍ୟପଟେ ଆଗରପଡା ବଜାର, ହାଟ, ସ୍କୁଲ, କଲେଜ ଓ ସମସ୍ତ ପ୍ରକାର କୋଚିଂ ସେଣ୍ଟର ରହିଛି। ଯାହାକି ସ୍କୁଲ ପଢିବା ପାଇଁ ପିଲାମାନେ, କଲେଜ ପଢିବା ପାଇଁ ଛାତ୍ର, ଛାତ୍ରୀମାନେ ଓ ମାର୍କେଟ ଯିବା ପାଇଁ ଲୋକମାନେ ଏହି ବ୍ରିଜ ଉପରେ ନିର୍ଭର କରିଥାନ୍ତି।

ବ୍ରିଜଟି ସମ୍ପର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଅଥଳଥଳ ପାଣିରେ ଯିବା ଆସିବା କରୁଛନ୍ତି। ଛୋଟ ଠାରୁ ବୃଦ୍ଧ ସମସ୍ତେ ଏହି ସାଳନ୍ଦୀ ନଦୀ ମଧ୍ୟରେ ଯିବା ଆସିବା କରୁଛନ୍ତି। ବାରମ୍ଵାର ଅଭିଯୋଗ ପରେ ପୋଲଟି ନିର୍ମାଣ ହୋଇଥିଲା, ପୋଲ ନିର୍ମାଣ ହେଉଥିବାରୁ ଗ୍ରାମବାସୀ ମାନଙ୍କ ମନରେ ଖୁସିରେ ଭରି ଯାଇଥିଲା। କିନ୍ତୁ ଅଧାପହନ୍ତରିଆ ଭାବେ କାମ ହୋଇଥିବାରୁ, ବ୍ରିଜଟି କୌଣସି କାର୍ଯ୍ୟରେ ଆସୁନାହିଁ, ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ସେପଟରେ ଟିକିରା - ଶ୍ରୀରାମପୁରକୁ ସଂଯୋଜ କରୁଥୁବା ବ୍ରିଜଟିର ନିର୍ମାଣ ସାରିଥିଲେ ମଧ୍ୟ ଏହା ନିମ୍ନ ମାନରେ କାମ ହୋଇଛି ବୋଲି ଅଞ୍ଚଳବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ବ୍ରିଜଟି ଗୋଟାଏ ବର୍ଷ ଭିତରେ ନିର୍ମାଣ କାମ ସାରିବା ପରେ କାର୍ଯ୍ୟକ୍ଷମ ହେବା କଥା କିନ୍ତୁ ବ୍ରିଜଟିର ଅବଧିର ୪ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ରିଜଟି କାର୍ଯ୍ୟକ୍ଷମ ହୋଇ ପାରିନାହିଁ।  ଯାହାକି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ରିଜ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନ ଥିବାର ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

Time-is-running-out-but-the-biju-bridge-is-not-over
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories