କ୍ୱାରେଣ୍ଟିନ୍‌ ସେଣ୍ଟରରେ ଟିକ୍‌ଟକ୍‌ କଲେ କୋଲକାତା ଫେରନ୍ତା

ଭଦ୍ରକ: କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ କିଛି ଲୋକ ଟିକ୍‌ଟକ୍‌ ଭିଡିଓ କରୁଥିବା ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତରେ ଏଭଳି କିଛି ଘଟଣା ଘଟିଛି।

ଭାଟପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ କଟକଣା ଭିତରେ କିଛି ଲୋକେ ଟିକ୍‌ଟକ୍‌ କରୁଥିବା ଦେଖିବାକୁ ମିଳିଛି। ଏମାନେ ସମସ୍ତେ କୋଲକାତାରୁ ଫେରିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ହେଲେ କଟକଣା ନ ମାନି ଏମାନେ ଟିକ୍‌ଟକ୍ କରିବାରେ ବ୍ୟସ୍ତ। ଫଳରେ ଏମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ସରପଞ୍ଚ ୭ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ପରେ ତିହିଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like