ଟିକ୍‌ଟକ୍‌ ଭିଡିଓ ପାଇଁ ଦୁଇ ମହଲାରୁ ଖସିପଡ଼ି ଯୁବକ ଗୁରୁତର

ରାଉରକେଲା: ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତ ବେଳେ ଛାତରୁ ପଡ଼ି ଯୁବକ ଗୁରୁତର। ରାଉରକେଲା ଗୋଳଘର ଅଞ୍ଚଳର ଯୁବକ ଅଲିନ ଗୋଚ୍ଛାୟତ ସେକ୍ଟର-୬ରେ ଥିବା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ ଦୁଇ ମହଲା ଘର ଉପରେ ଜଣେ ସାଙ୍ଗଙ୍କ ସହ ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତ କରୁଥିଲେ। ଭିଡିଓ ରେକର୍ଡିଂ ବେଳେ କ୍ୟାମେରା ଆଗରେ ବିଭିନ୍ନ ଭଙ୍ଗୀରେ ଅଭିନୟ କରୁଥିବା ଅଲିନ ଦୁଇ ମହଲା ଛାତରୁ ତଳକୁ ଖସିପଡ଼ିଥିଲେ। ଅଲିନର ସାଙ୍ଗ ଓ ପଡ଼ୋଶୀ ପ୍ରଥମେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

 

You might also like