ଅାସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ

ଚକାପାଦ ଓ ଜଲେଶପଟା ଅାଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି

କନ୍ଧମାଳ : ଅାସନ୍ତାକାଲି ଜନ୍ମାଷ୍ଟମୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଫୁଲବାଣୀରେ ସ୍ମୃତିସଭା ଓ ଶ୍ରାଦ୍ଧବାର୍ଷିକୀ ଉତ୍ସବର ଅାୟୋଜନ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଚକାପାଦ ଓ ଜଲେଶପଟା ଅାଶ୍ରମରେ ସୁରକ୍ଷାକର୍ମୀ ମୁତୟନ ସହ କନ୍ଧମାଳ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାନବାହନ ଯାଞ୍ଚ ସହ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ କରାଯାଉଛି।

You might also like