ଆଜି ୭୦ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ହେଉଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ସକାଳ ୯ଟାରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ୯୦ ମିନିଟ୍‌ର ଆକର୍ଷଣୀୟ ପରେଡ୍ ଦେଖଣାହାରୀଙ୍କ ଆଖି ଝଲସାଇବ।

ସେହିଭଳି ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଏଥର ସାଧାରଣତନ୍ତ୍ର ଦିବସରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେପଟେ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ କୋଠାଗୁଡିକୁ ଆଲୋକମାଳାରେ ସଜାଯାଇଛି। ତ୍ରିରଙ୍ଗା ପତାକାର ରଙ୍ଗରେ ଝଲସୁଛି ବିଧାନସଭା। ସେହିପରି ରାଜ୍ୟ ସଚିବାଳୟକୁ ମଧ୍ୟ ଆଲୋକମାଳାରେ ସଜାଯାଇଛି। କୋଠା, ବଗିଚା ସବୁଆଡେ ଏଲ୍ଇଡି ଲାଇଟ୍‌ରେ ଝଲସୁଛି ସଚିବାଳୟ।

You might also like