ଗାଁ ମୁଣ୍ଡରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା(ମାୟାଧର ସରାଫ୍) : ଗାଁ ପାଖରେ ବୁଲୁଛି ବାଘ । ନୂଆପଡା ଜିଲ୍ଲା ଖରିଆରରୋଡ ରେଞ୍ଜ ଅନ୍ତର୍ଗତ ହଲଦୀ ଗାଁ ନିକଟ ଜଙ୍ଗଳରେ ଏକ କଲରାପତରିଆ ବାଘ ବୁଲୁଥିବା ଜଣାପଡିଛି । କିଛି ଦିନ ହେବ ଏ ସଂରକ୍ଷିତ ଜଙ୍ଗଳରେ ବାଘ ବୁଲୁଥିବା କଥା ଲୋକେ କହୁଥିଲେ । ବାଘ ବୁଲୁଥିବାର ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଘର ଭିତରେ କବାଟ ବନ୍ଦ କରି ରହୁଛନ୍ତି।  କାଳେ ବାଘ ଗାଁକୁ ପଶି ଯିବ କି ବୋଲି ଡରୁଛନ୍ତି ।  ସେପଟେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି ବନବିଭାଗ ।

ଗତକାଲି ବିଳମ୍ବିତ ରାତ୍ରିରେ ସରଂକ୍ଷିତ ଜଙ୍ଗଲରେ ବନବିଭାଗ ପାଟ୍ରୋଲିଂ କରୁଥିବା ବେଳେ ବାଘକୁ ଦେଖିବାକୁ ପାଇଥିଲେ ।  ତେବେ ଆଜି ସକାଳୁ ମଧ୍ୟ ଗାଁ  ମୁଣ୍ଡରେ  ବାଘ ବୁଲୁଥିବାର ଦେଖିଥିବା କହୁଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କ ଠାରୁ ସୂଚନା ପାଇଲା ପରେ ହଲଦୀ ଗାଁକୁ ଜଗିଛି ବନବିଭାଗ ପହଞ୍ଚିଛି । ସନ୍ଧ୍ୟା ଓ ରାତି ସମୟେର ଏକୁଟିଆ ନବାହାରିବା ସହ ଘରେ ରହିବା ପାଇଁ ଲୋକଙ୍କୁ କୁହାଯାଇଛି ।

ଗତ ୨୦୧୭ ମସିହାରେ ଏହି ହଲଦୀ ଗାଁର ୪ ବର୍ଷର ଶିଶୁକୁ ଟାଣିନେଇ ଖାଇଦେଇ ଥିଲା ବାଘ । ଆଉ  ସେହି ବର୍ଷ ୨ଟି ବାଘ ଉଦ୍ଧାର କରି ନ୍ଦନକାନନକୁ ପଠାଇ ଦେଇଥିଲା ବନ ବିଭାଗ । ଏବେ ପୁଣି ବାଘ ଦେଖିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି ।

You might also like