ବାଘୁଣୀ ସହ ମୁହାଁମୁହିଁ ହେଲେ ବନବିଭାଗ ଟିମ୍

ଅନୁଗୋଳ  : ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବନଖଣ୍ଡରେ ଏବେ ବାଘୁଣୀ ସୁନ୍ଦରୀ ଥିବା ସୂଚନା।  ବନବିଭାଗ ଟିମ୍ ବାଘୁଣୀକୁ ଘଞ୍ଚ ଜଙ୍ଗଲକୁ ଘଉଡାଇବା ଉଦ୍ଦେଶ୍ୟରେ ମନିଟରିଂ କରୁଥିବା ବେଳେ ବାଘୁଣୀ ସହ ମୁହାଁମୁହିଁ ହୋଇଥିଲେ ।

କିଛି ଦିନ ପୂର୍ବେ ଅାଠମଲ୍ଲିକ ବନଖଣ୍ଡ ଲେହେଡି ଗାଁରେ ବାଘୁଣୀ ଅାକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା।  ତେଣୁ ବନବିଭାଗ କର୍ମଚାରୀ ଓ ଅଧିକାରୀ କିଭଳି ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ପଠାଇବେ, ସେନେଇ ଉଦ୍ୟମ ଅାରମ୍ଭ କରିଥିଲେ। ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି।

 

 

You might also like