ବାଘ ଛାଲ ଜବତ, ବେପାରୀ ଗିରଫ

ନୂଆପଡ଼ା: ପୁଣି ଥରେ ସକ୍ରିୟ ବାଘ ଛାଲ ରାକେଟ୍। ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଇନ୍ଦାଗାଁରୁ ଜବତ ହୋଇଛି କଲରାପତରିଆ ବାଘର ଛାଲ। ଛତିଶଗଡ଼ ପୋଲିସ୍ ଓ  ବନ ବିଭାଗର ମିଳିତ ଚଢ଼ାଉ ପରେ ଏହି ବାଘ ଛାଲ ଜବତ ହୋଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଥାନା ନଙ୍ଗଲବୋଡ ଗାଁର ସଞୟ ବାଗ ବୋଲି ଜଣା ପଡିଛି।

ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବନ ବିଭାଗ ଓ ପୋଲିସ୍ ଓଡିଶା ସୀମାନ୍ତ ତାଲାକୋଟ୍ ରାସ୍ତାର ଧୋବେନନାଳ ପାଖରେ ରହିଥିଲେ। ସେଠାରେ ଗ୍ରାହକକୁ ଅପେକ୍ଷା କରି ରହି ଥିବା ସଞ୍ଜୟ ବାଗଙ୍କୁ ସନ୍ଦିଗ୍ଧ ଅବସ୍ଥାରେ କାବୁ କରାଯାଇଛି। ତାଙ୍କ ପାଖରେ ଥିବା ଧଳା ବ୍ୟାଗରେ କଳରାପତରିଆ ବାଘର ଛାଲ ଥିବା ଜଣାପଡିଥିଲା। ତାଙ୍କୁ ଗିରଫ କରାଯାଇ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ରୁଜୁ କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଜବତ ବାଘଛାଲ ଓଡିଶା ଜଙ୍ଗଳର କି ଛତିଶଗଡ ଜଙ୍ଗଲର ସେ ନେଇ ଏବେ ଯାଏ ଜଣାପଡ଼ିନି। ଏନେଇ ଅଧିକ ତଦନ୍ତ କରୁଛି ବନ ବିଭାଗ, ଛତିଶଗଡ଼ ପୋଲିସ୍। ଗତ କିଛି ଦିନ ତଳେ ମୈନପୁର ଅଞ୍ଚଳରୁ ହିଁ ଚୋରା ଚାଳାଣ ବେଳେ ଏକ ବଜ୍ରକାପ୍ତା ଜବତ କରି ଜଣକୁ ଗିରଫ କରି ଥିଲା ଛତିଶଗଡ଼ ପୋଲିସ।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like