ବାର୍ହା ଫାସରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଭଞ୍ଜନଗର: (ରାଜେଶ କୁମାର ପଣ୍ଡା) ବାର୍ହା ଫାଶରେ ଫସିଥିବା କଲରାପତରିଆ ବାଘ ଉଦ୍ଧାର ହୋଇଛି। ଭଞ୍ଜନଗର ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାରହା ଫାଶରେ ପଡିଯାଇଥିଲା ଏକ କଲରାପତରିଆ ବାଘ। ତେବେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ।

ହେଲେ ଲୋକଙ୍କୁ ଦେଖି ବାଘ ଭୟରେ ଛାଟିପିଟି ହୋଇ ଫାଶରୁ ଖସି ଜଙ୍ଗଲ ମଧ୍ୟକୁ ପଳାଇଥିଲା ବାଘ ଦେହରେ ଜାଲର କିଛି ଅଂଶ ଲାଗି ରହିଥିଲା ପରେ ବନବିଭାଗ କର୍ମଚାରୀ ଜାଲ ବସାଇ ଧରିବାକୁ ଉଦ୍ୟମ କରିବା ବେଳେ ବାଘ ଜଣଙ୍କ ଗୋଡକୁ କାମୁଡି ଦେଇଥିଲା। ଫଳରେ ଆହତ ହୋଇଥିଲେ ଜଣେ ବନ କର୍ମଚାରୀ। ଆହତଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଜାଲରେ ଧରାପଡିବା ପରେ ବାଘକୁ ଧରି ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇ ତାର ଚିକିତ୍ସା କରାଯାଉଛି। ପରେ ତାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସୂଚନା ମିଳିଛି। ଜାଲରେ ପଡ଼ିଥିବା ବାଘକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

You might also like