ମହିଳାଙ୍କୁ ଟାଣିନେଲା ବାଘୁଣୀ

ଅନୁଗୁଳ  : ମହିଳାଙ୍କୁ ଟାଣିନେଲା ବାଘୁଣୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସାତକୋଶିଅା, ଟିକରାପଡ଼ା ରେଞ୍ଜ୍‌ ହାତିବାରୀରେ। ବାଘୁଣୀର ଅାକ୍ରମଣରେ କୈଳାସ ସାୟା ନାମ୍ନୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି କ୍ଷତିଗ୍ରସ୍ତ ପ୍ରଜାସଂଘ।

ପୋଖରୀକୁ ଗାଧୋଇବାକୁ  ଯାଇଥିବା ବେଳା ବାଘ ନେଇଯାଇଥିବାର ଅଭିଯୋଗ ହୋଇଛି। ଅନେକ ଖୋଜାଖୋଜି ପରେ ଲୋକମାନେ ମହିଳାଙ୍କର ଶବକୁ ପାଇଛନ୍ତି। ମୃତ ମହିଳାଙ୍କ ଅନ୍ତଃବୁଜୁଳା ଓ ଜଙ୍ଘ ପାଖର ମାଂସ ବାଘ ଖାଇ ଦୟନୀୟ ଭାବେ ମାରିଥିବାର କୁହାଯାଇଛି।

 

 

 

You might also like