ଟିଟିଲାଗଡ଼ରେ ବାଘ ଅାତଙ୍କ

କାଲକୁଟ ଜଙ୍ଗଲରେ କଲରାପତରିଅା ବାଘ ଠାବ

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବାଘ ଅାତଙ୍କ। ଟିଟିଲାଗଡ଼ କାଲକୁଟ ଜଙ୍ଗଲର ଡୁମେର ବାହାଲ ପ୍ରୋଜେକ୍ଟ ରାସ୍ତା ନିକଟରେ ଏକ କଲରାପତରିଅା ବାଘକୁ ଦେଖିଛନ୍ତି ସ୍ଥାନୀୟ ଲୋକେ। ବାଘଟି ସ୍ଥାନୀୟ ଗୋଳାବାରୁଦ କାରଖାନାକୁ ଯାଇଥିବା ପାଣି ପାଇପ ଉପରେ ଦୀର୍ଘ ସମୟ ଧରି ବସିଥିବା ଦେଖିବାକୁ ମିଳିଥିଲା।

ବାଘ ପାଇଁ ସେ ରାସ୍ତାରେ କିଛି ସମୟ ଧରି ଯାତାୟାତ ବନ୍ଦ ହୋଇ ଯାଇଥିଲା ତେବେ କିଛି ସମୟ ପରେ ବାଘଟି ଅାପେ ପୁଣି ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡିଛି।

You might also like