ସଚିବାଳୟରେ ଲବି ପାଇଁ ଦଳୀୟ ନେତାଙ୍କ ଭିଡ଼

ନିର୍ବାଚନ ତାରିଖ ଘୋଷଣା ହୋଇନି ସତ, ବିଜେଡିରେ କିନ୍ତୁ ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହୋଇଗଲାଣି ବିବାଦ

ଭୁବନେଶ୍ୱର : ଶେଷ ହେଲା ବିଧାନସଭା ଅଧିବେଶନ। ଏଣେ ଆରମ୍ଭ ହେଲା ବିଜେଡିରେ ଟିକେଟ୍ ଲବି। ପାଓ୍ୱାର ସେଣ୍ଟର କୁହଯାଉଥିବା ସଚିବାଳୟର ଥାର୍ଡ ଫ୍ଲୋର୍‌ରେ ବିଧାୟକ, ପୂର୍ବତନ ବିଧାୟକ ଓ ଆଶାୟୀଙ୍କ ଭିଡ଼। ଆଜି ସଚିବାଳୟରେ ମାଲକାନଗିରିର ବିଧାୟକ ମାନସ ମଡକାମୀ  ଓ ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଦେଖିବାକୁ ମିଳିଥିଲା।

ମାନସ ପୁଣି ଥରେ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି, ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଗ୍ରୀନ୍ ସିଗ୍‌ନାଲ୍ ମିଳିନାହିଁ। ସେପଟେ ଗତ ପଞ୍ଚାୟତ ନିର୍ବାଚନରେ ଭଲ କରିଥିବା ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ତାଙ୍କୁ ନିର୍ବାଚନ ମଣ୍ଡଳୀରେ ରହି କାମ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଅନେକ ନେତାଙ୍କୁ ଆଜି ସଚିବାଳୟରେ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା।

ଏଣେ କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ନବ ଦାଶ ବିଜେଡିରେ ସାମିଲ ହେବାପରେ ବଦଳି ଯାଇଛି ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ରାଜନୈତିକ ସମୀକରଣ। ଝାରସୁଗୁଡ଼ାରେ ଥିବା ଫାଟ ଖୋଲାଖୋଲି ଭାବେ ପଦାକୁ ଆସିନଥିବା ବେଳେ ସୁନ୍ଦରଗଡ଼ରେ କିନ୍ତୁ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଯାହାକୁ ପ୍ରମାଣିତ କରିଛି ଯୋଗେଶ ଓ କୁସୁମ୍‌ଙ୍କ ପୃଥକ ପୃଥକ ରାଲି।

ସେପଟେ ଝାରସୁଗୁଡ଼ାରେ ବିଜେଡିକୁ ଆମଦାନୀ ହୋଇ ଆସିଥିବା ନବ ଦାଶ ଓ ଦଳର ପୁରୁଖା ନେତା କିଶୋର ମହାନ୍ତିଙ୍କ ମଧ୍ୟରେ ଜାରି ରହିଛି ଛାୟାଯୁଦ୍ଧ। କେବଳ ଏ ଦୁଇଟି ଜିଲ୍ଲା ନୁହେଁ, ଅନ୍ୟ ଜିଲ୍ଲାରେ ବି ଅନେକ ଆଶାୟୀଙ୍କ ପାଇଁ ଏବେଠାରୁ ଦଳରେ ଶୀର୍ଷ ନେତୃତ୍ୱ ସ୍ତରରେ ଆରମ୍ଭ ହେଲାଣି ମୁଣ୍ଡବିନ୍ଧା।

ଚର୍ଚ୍ଚା ହେଉଛି ଆସନ୍ତା ନିର୍ବାଚନରେ ୫୦ରୁ ଅଧିକ ବିଧାୟକଙ୍କ ଟିକେଟ୍ କାଟିପାରନ୍ତି ନବୀନ। ସମସ୍ତ ନିର୍ବାଚନ ମଣ୍ଡଳୀରେ ସର୍ଭେ କରାଯାଇଥିବା ବେଳେ ଅପେକ୍ଷାକୃତ ଦୁର୍ବଳ ସଂଗଠନ ଥିବା ୭୫ଟି ନିର୍ବାଚନ ମଣ୍ଡଳୀ ଉପରେ ଅଧିକ ଫୋକସ୍ ଦିଆଯାଉଛି। ବିଧାୟକଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗ, ଲୋକପ୍ରିୟତା ହ୍ରାସ ଓ ଯେଉଁଠି ସରକାର ବିରୋଧୀ ହାଓ୍ୱା ରହିଛି, ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ମୁଡ୍‌ରେ ଅଛନ୍ତି ନବୀନ।

ତେବେ ବାଦ୍ ପଡ଼ିବାକୁ ଥିବା ନେତା ଦଳ ପାଇଁ ବୁମେରାଂ ହୋଇପାରନ୍ତି। ସେପଟେ ସରକାରୀ କାର୍ଯ୍ୟକ୍ରମ ବାହାନାରେ ପ୍ରାୟ ପ୍ରତି ଜିଲ୍ଲାରେ ଏବେ ପ୍ରଚାର କରୁଥିବା ନବୀନ, ଆଗକୁ କେତେ ନିର୍ବାଚନ ମଣ୍ଡଳୀ କଭର୍ କରିପାରୁଛନ୍ତି ତା ଉପରେ ବି ନଜର ରହିଛି।

ଏସବୁ ଭିତରେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ, ଟିକେଟ୍ ଚୂଡ଼ାନ୍ତ ପରେ ଅସନ୍ତୁଷ୍ଟକୁ ମନାଇବା।

ଆହୁରି ପଢ଼ନ୍ତୁ

୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ବାଳକ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ଘାତକ ହେଉଛି ସର୍ପାଘାତ ; ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ

ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି….ଜାଣନ୍ତୁ କିଛି ରୋଚକ କଥା

ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ବୃଦ୍ଧ ଦମ୍ପତିଙ୍କୁ ପ୍ରଶଂସା ; ଘରେ ପଶିଥିବା ଲୁଟେରାଙ୍କୁ କଲେ କଡ଼ା ମୁକାବିଲା

ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

You might also like