ଦୀର୍ଘ ୬ମାସ ହେଲା ଥାଇରଏଡ୍ ମେସିନ୍ ଖରାପ : ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ବ୍ରହ୍ମପୁର: ଚିକିତ୍ସା ସେବା ପାଇଁ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର କହିଲେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବୁଝାଏ। ଏହା ଉପରେ ନିର୍ଭର କରନ୍ତି ଆଖପାଖ ଜିଲ୍ଲାର ରୋଗୀ। ପ୍ରତିଦିନ ମେଡିକାଲ ଆଉଟଡୋରକୁ ଆସନ୍ତି ଗଞ୍ଜାମ ଓ ଜିଲ୍ଲା ବାହାରୁ ଶହ ଶହ ରୋଗୀ। ହେଲେ ଏହି ମେଡିକାଲର ରୋଗ ନିଦାନ କେନ୍ଦ୍ରରେ ଦୀର୍ଘ ୬ମାସ ହେଲାଣି ଥାଇରଏଡ୍ ମେସିନ୍ ଖରାପ ହୋଇ ପଡିଛି । ଫଳରେ ରୋଗୀ ଥାଇରଏଡ୍ ପରୀକ୍ଷା ପାଇଁ ଘରୋଇ କ୍ଲିନିକ ଉପରେ ନିର୍ଭର କରୁଛନ୍ତି। ସେହିପରି ମୁତ୍ର ପରୀକ୍ଷା କରିବାକୁ ଆସୁଥିବା ବରିଷ୍ଠ ନାଗରିକ ଓ ମହିଳାମାନ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି । ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି ,ହେଲେ ସଠିକ ସ୍ୱସ୍ଥ୍ୟସେବା ନପାଇ ଲୋକେ ଅସୁବିଧାର ସମ୍ମଖୀନ ହେଉଥିବା ଅଭିଯୋଗ ହୋଇଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲର ରୋଗ ନିଦାନ କେନ୍ଦ୍ରରେ  ଦୀର୍ଘ ୬ମାସରୁ ଅଧିକ ସମୟ ହେଲାଣି ଖରାପ ହୋଇ ପଡ଼ିଛି ଥାଇରଏଡ୍ ପରୀକ୍ଷା ମେସିନ୍ । ୨୦୧୩ ମସିହାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଲାଗିଥିଲା ଥାଇରଏଡ୍ ମେସିନ୍ । ଗତବର୍ଷ ଅଗଷ୍ଟରୁ ଏହା ଖରାପ ହୋଇପଡିଛି, ଫଳରେ ରୋଗୀ ଏଠାରେ ଥାଇରଏଡ୍ ପରୀକ୍ଷା କରି ନପାରି ବାଧ୍ୟ ହୋଇ ବାହାରେ ପରୀକ୍ଷା କରି ଖର୍ଚ୍ଚାନ୍ତ ହେଉଛନ୍ତି । କେବଳ ଥାଇରଏଡ୍ ମେସିନ୍ ଖରାପ ହୋଇଛି ତାହା ନୁହେଁ, ରୋଗ ନିଦାନ କେନ୍ଦ୍ରକୁ ଆସୁଥିବା ମହିଳା, ବରିଷ୍ଠ ନାଗରିକଙ୍କ ପାଇଁ ନାହିଁ ୟୁରିନାଲ ଟିଏ । ଡାକ୍ତର ମୁତ୍ର ପରୀକ୍ଷା ପାଇଁ ପରାମର୍ଶ ଦେଲେ ଶୌଚାଳୟ ଖୋଜିବାକୁ ପଡ଼େ, ବାଧ୍ୟ ହୋଇ ଲଜ୍ଜା ଛାଡ଼ି ବାହାରେ ପରିସ୍ରା ସଂଗ୍ରହ କରି ନେଇ ଆସିବାକୁ ପଡ଼େ ।

ଅଭିଯୋଗ ପରେ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ଏକ ନୂଆ ମେସିନ୍ ଯୋଗାଇବା ପାଇଁ କୁହାଯାଇଛି । ଶୀଘ୍ର ଏହା ସ୍ଥାପନ ହେବ ତାସହ ଏମକେସିଜିରେ ପୂର୍ତ୍ତ ବିଭାଗ ପକ୍ଷରୁ ମାସେ ଭିତରେ ୩ଟି ୟୁରିନାଲ ତିଆରି କରାଯିବ ବୋଲି କହିଛନ୍ତି ମେଡିକାଲ ଅଧକ୍ଷ ।

ଆହୁରି ପଢନ୍ତୁ : ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

You might also like