ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା!

ଭୁବନେଶ୍ୱର: ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ପବନ ବହିବ। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି।

ଏହାପରେ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଆସନ୍ତାକାଲି ଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଗତକାଲି ରାତିରେ କିଛି ସ୍ଥାନରେ ବହୁତ ଜୋରରେ ପବନ ବହିବା ସହ ବର୍ଷା ମଧ୍ୟ ହୋଇଥିଲା।

ରାତି ୧୧ଟା ପରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା। ଜୋରରେ ପବନ ବହିବା ଫଳରେ କେତେକ ସ୍ଥାନରେ ଗଛ ଭାଙ୍ଗିବା ଯିବା ସହ ଓ ହୋଡିଂ ଭାଙ୍ଗି ଯାଇ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି।

You might also like