ମାଡ଼ି ଆସିଲା ଖଣ୍ଡିଆଭୂତ, ଉଡ଼ାଇ ନେଲା ଆଜ୍‌ବେଷ୍ଟସ୍‌

କୋଣାର୍କ: ମାଡ଼ି ଆସିଲା ଖଣ୍ଡିଆଭୂତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଖଣ୍ଡିଆଭୂତ ହଠାତ୍‌ ମାଡ଼ି ଆସିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି।

ଆଜି ଦିନ ୧୦ଟା ସମୟରେ ଖଣ୍ଡିଆଭୂତ ହଠାତ୍‌ ମାଡ଼ି ଆସି ନୂଆଗଡ଼ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବସନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ୨ଟି କୁଟା ଗଦାକୁ ଉଡ଼ାଇ ଦେବା ସହ ବାଡ଼ିରେ ଥିବା ଏକ ଟ୍ରାକ୍ଟରକୁ ମଧ୍ୟ ଓଲଟାଇ ଦେଇଛି। ଏହାସହ ଏକ ଘରର ଆଜ୍‌ବେଷ୍ଟସ୍‌ ମଧ୍ୟ ଉଡ଼ାଇ ଦେଇଛି।

ମାତ୍ର ୩ ମିନିଟ୍‌ ମଧ୍ୟରେ ହୋଇଥିବା ଏହି ଖଣ୍ଡିଆଭୂତର ପବନର ବେଗ ଏତେ ପ୍ରଖର ଥିଲା ଯେ ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ହେଲେ ଏହାର ପ୍ରଭାବରେ ଆଉ କିଛି କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡ଼ିଛି।

 

You might also like