• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଅନୁଗୋଳ : ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଉଦ୍ଧାର ହୋଇଛି ମାତ୍ର ଜଣେ ଶ୍ରମିକଙ୍କ ମୃତଦେହ। ଏବେ ବି ଆହୁରି ୩ଜଣ ଫସି ରହିଛନ୍ତି । ସେମାନଙ୍କ ବଞ୍ଚିବାର ଆଶା କ୍ଷୀଣ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣେ ଜୀବିତ ଅବସ୍ଥାରେ ଉଦ୍ଧାର ୯ ଶ୍ରମିକଙ୍କର ଚିକିତ୍ସା ଚାଲିଛି । ମୃତାହତଙ୍କୁ କ୍ଷତିପୂରଣ ସହ ଖଣିରେ ଶ୍ରମିକ ସୁରକ୍ଷାକୁ ଅଗ୍ରାଧିକାର ନେଇ ଆନ୍ଦୋଳନ ହୋଇଥିବାବେଳେ ଖଣି କର୍ତ୍ତୃପକ୍ଷ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏମସିଏଲ୍ ଜିଏମ ଅଫିସ୍ ଆଗରେ ଜଳୁଥିବା ନିଆଁ, ମଙ୍ଗଳବାର ରାତିରେ ଭରତପୁର କୋଇଲା ଖଣିରେ ଘଟିଥିବା ଭୟାନକ ଅଘଟଣକୁ ନେଇ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ଅସନ୍ତୋଷର ସିଧାସଳଖ ପ୍ରତିଫଳନ । ଧସି ପଡିଥିବା ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ସହ ଆହତମାନଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ଦାବିରେ ହୋଇଛି ଆନ୍ଦୋଳନ। ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଓ ଏମସିଏଲ୍ କର୍ତ୍ତୃପକ୍ଷ ଏନଡିଆରଏଫ୍‌ର ସହାୟତା ନେଇଛନ୍ତି ଉଦ୍ଧାରକାରୀ ଦଳ। ପୁପୁନ ବିଶ୍ୱାଳ ନାମକ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଚାପି ହୋଇ ରହିଥିବା ଆଉ ୩ ଶ୍ରମିକଙ୍କର ମଧ୍ୟ ବଞ୍ଚିବାର ଆଶା କ୍ଷୀଣ ବୋଲି କହିଛନ୍ତି ଜିଲ୍ଲାପାଳ। ଏମ୍‌ସିଏଲ୍ କର୍ତ୍ତୃପକ୍ଷ ବି ପ୍ରଭାବିତ ଶ୍ରମିକଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ତେଣେ ଉଦ୍ଧାର ହୋଇଥିବା ୯ଜଣ ଶ୍ରମିକଙ୍କୁ କମ୍ପାନୀର ସେଣ୍ଟ୍ରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ କ୍ୟାମେରା ଆଗରେ ବଖାଣିଛନ୍ତି ଘଟଣା ସମୟର ଛାତିଥରା କାହାଣୀ।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟା ଏମସିଏଲ୍‌ ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ ବାହାରୁଥିଲେ । ଆଉ କିଛି ପ୍ରବେଶ କରୁଥିଲେ। ହେଲେ ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁଁ ଆଖି ପିଛୁଳାକେ ଧସି ପଡିଥିଲା ପାହାଡ଼ ସଦୃଶ ମାଟି । ଚାପି ହୋଇଯାଇଥିଲେ ଶ୍ରମିକ, ଗାଡ଼ି ।  ହୋହଲ୍ଲା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଭୋର୍ ୫ଟା ସୁଦ୍ଧା ୯ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆହୁରି ୩ ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ତେଣେ ବ୍ଲାଷ୍ଟିଂ ପରେ ଖଣିରେ ସୃଷ୍ଟି ହୋଇଛି ବିରାଟ ଫାଟ । ଘଟଣା ପାଇଁ କୋଇଲା ଉତ୍ତୋଳନ ଦାୟିତ୍ୱରେ ଥିବା ଠିକା କମ୍ପାନୀ ଓ ଏମସିଏଲ୍ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଶ୍ରମିକ ଓ ସ୍ଥାନୀୟ ଲୋକେ। ସେମାନଙ୍କ ଅଭିଯୋଗ କୋଇଲା ଉତ୍ତୋଳନ ପରେ ଡମ୍ପିଂ ଓ ଫିଲିଂ ଠିକ୍ ଭାବେ  ହେଉନାହିଁ। ଅଧିକ ଉତ୍ପାଦନ ଚାପରେ କେବଳ କୋଇଲା ଉତ୍ତୋଳନକୁ ଗୁରୁତ୍ୱ ଦିଆଯାଉଛି । ଶ୍ରମିକଙ୍କ ସୁରକ୍ଷା ଲାଗି କଡ଼ା ନିୟମ ଥିଲେ ବି କମ୍ପାନୀ ଏ ଦିଗରେ ଧ୍ୟାନ ଦେଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏବେ ଅପେକ୍ଷା କେତେଶୀଘ୍ର ଉଦ୍ଧାର ହେଉଛନ୍ତି ମାଟି ଅତଡ଼ା ତଳେ ଫସି ରହିଥିବା ଅନ୍ୟ ଶ୍ରମିକ।

 

Three-workers-feared-trapped-in-mcl-coal-mine
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories