ଓଏମ୍‌ଆର ଶିଟ୍‌ ଗାଏବ ଘଟଣାରେ ୩ ଶିକ୍ଷକ ଗିରଫ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲରୁ ମାଟ୍ରିକ ଓଏମ୍‌ଆର ଶିଟ୍‌ ଗାଏବ ଘଟଣାରେ ୩ ଜଣ ଶିକ୍ଷକ ଗିରଫ ହୋଇଛନ୍ତି। ସେମାନେ ହେଲେ ପରୀକ୍ଷା ସେଣ୍ଟର ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଅବଜରଭର ସନ୍ଦୀପ ସାହୁ ଓ ଗଠନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା।

ବିନା ଅନୁମତିରେ ପରୀକ୍ଷା କେନ୍ଦ୍ରକୁ ଆସିଥିବାରୁ ଜଳନ୍ଧରଙ୍କୁ ଗିରଫ କରାଯାଇଛି। ସେହିପରି ପିଅନ ସୁପ୍ରିତ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍‌ଆର ଶିଟ୍‌ ଗାଏବ ହୋଇଯାଇଥିଲା।

You might also like