ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମ୍‌ଲା ଜଙ୍ଗଲରେ ଏନ୍‌କାଉଣ୍ଟର୍‌। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି।

ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  ମାଓବାଦୀମାନେ ସକ୍ରିୟ ଥିବା ଖବର ପାଇ ଝାଡ଼ଖଣ୍ଡ ପୁଲିସ୍‌ ଓ ୨୦୯ କୋବ୍ରା ବାଟାଲିଅନ୍‌ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା।

ପୂର୍ବରୁ ଜାନୁଆରୀ ମାସରେ ଏନ୍‌କାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କଠାରୁ ୫ଟି ପିସ୍ତଲ ସହ ଗୋଟିଏ ଏକେ-୪୭ ଜବତ ହୋଇଥିଲା।

You might also like