• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭବାନୀପାଟଣା/ଢେଙ୍କାନାଳ: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରତନପୁର ଛକରେ ଟ୍ରକ୍‌କୁ କାର୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ବାଇକ୍‌କୁ ହାଇୱା ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ୭ଜଣ ବ୍ୟକ୍ତି ବିବାହ ଭୋଜିରେ ଯୋଗଦେବାକୁ ଭବାନୀପାଟଣାରୁ କାର୍‌ ଯୋଗେ ଭଞ୍ଜନଗର ଯାଉଥିଲେ। ସେହି ସମୟରେ ରତନପୁର ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ କାର୍‌ଟି ଧକ୍କା ଦେଇଥିଲା। ଏଥିରେ ୭ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଭବାନୀପାଟଣାର ଗଙ୍ଗା ପ୍ରଧାନ ଓ ଶଶୀ ଆରୁଖ। ଗୁରୁତରମାନଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପାଖରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ୍‌କୁ ଏକ ହାଇୱା ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ APR କନଷ୍ଟେବଲ୍‌ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Three-killed-in-road-accident
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories