ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଆହତ

ରାଉରକେଲା: ରାଉରକେଲା ମଧୁସୂଦନପାଲି ନିକଟ ତେଲୁଗୁ ବସ୍ତିରେ ପୁଣି ଅଘଟଣ। ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଆହତ ହୋଇଛନ୍ତି।

ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଘରର ଛାତ ଭାଙ୍ଗି ଯାଇଛି। ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ଥିବା ବେଳେ ଛାତ ପଡ଼ିବାରୁ ଆଉ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ଗତ କିଛି ଦିନ ପୂର୍ବରୁ ଏହି ଅଂଚଳରେ ବାରୁଦ ବିସ୍ଫୋରଣ ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା।

You might also like